-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
11-Oct-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ନନ୍ଦିଘୋଷ ବାରିକ, ମନୋଜ କୁମାର ପୂଜାରୀ ପ୍ରମୁଖ ବାଳିକା ମାନଙ୍କ ସାମାଜିକ ସୁରକ୍ଷା ତଥା ନିରାପତ୍ତା
ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଛାତ୍ରୀ ଜନନୀକା ନାଏକ , ଲିପ୍ସା ଯୁଆଡି, ଅର୍ଚ୍ଚିତା ପଧାନ ସାମଗ୍ରିକ ଭାବରେ ସଂଯୋଜନା କରିଥିଲେ । ଛାତ୍ରୀ ଶିତୁ ସାହୁ, ମୁସ୍କାନ ସାହୁ, ନିରୁପମା ଷଣ୍ଢ , ଶୁଭଶ୍ରୀ ପଟେଲ, ପ୍ରିନ୍ସ ବାଗ, ବଳରାମ ପ୍ରମୁଖ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ l
ପ୍ରାରମ୍ଭରେ ଆୟୋଜିତ ହୋଇଥିବା ଗ୍ରାମ୍ୟ ସଚେତନ ପରିକ୍ରମାକୁ କିରଣ ପଟେଲ, ଅଙ୍ଗନୱାଡ଼ି କର୍ମୀ ବଲ୍ଲଭୀ ବନ୍ ଛୋର୍ , ସୁଷମା ବେହେରା, ପରିଚାଳନା କରିଥିଲେ । ସ୍ନିଗ୍ଧା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।