-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
11-Oct-2023
ବଲାଙ୍ଗିର : ଆଜି ସ୍ଥାନୀୟ ଶାସ୍ତ୍ରୀ ନଗର ସଭାଗୃହ ମଧ୍ୟରେ ଆନ୍ତର୍ଜାତୀୟ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୨୩ ପାଳନ କରା ଯାଇଛି l ଉକ୍ତ ଦିବସରେ ସମାଜ ରେ ବସବାସ କରୁଥିବା ଜନସାଧାରଣ ଙ୍କ ମଧ୍ୟ ରେ ମାନସିକ ଦୁସ୍ଥତା ବଢିବା ଏହାର ସୁପରିଚାଳନା ଓ ଓଡିଶା ସରକାର ଙ୍କ ପ୍ରଦତ୍ତ ବିଭିନ୍ନ ସରକାରୀ ମୁକ୍ତ ଚିକିତ୍ସା ର ଯୋଜନା ଓ ଏହାର ଉପଲବଦ୍ଧି ସମ୍ପର୍କ ରେ ସତ୍ୟ ରଞ୍ଜନ ମିଶ୍ର,ନିର୍ଦ୍ଧେଶକ ନେସନାଲ ପିସ ଊନୀସନ ବୁଝାଇ ଥିବାବେଳେ,ସ୍ଥାନୀୟ ଜନ ଆରୋଗ୍ୟ ସମିତି ର ସଭ୍ୟ ତଥା ପୂର୍ବତନ ପୌରାଞ୍ଚଳ କାଉନସେଲର ପିତାମ୍ବର ଖମାରି ସ୍ଥାନୀୟ ୨୧ନମ୍ବର ୱାର୍ଡ ମଧ୍ୟରୁ ଯୋଗଦାନ କରି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କ ରେ ଆଲୋଚନା କରିଥଲେ l ଉକ୍ତ ଆଲୋଚନା ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ମୋନୋରମା ଶତପଥି,ଅନୁଷ୍ଠାନ ର ସଭ୍ୟ ସଭ୍ୟା ଗଣ ଉପସ୍ଥିତ ରହି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ନିଜ ସୁନିଶ୍ଚିତ ମତ ଉପସ୍ଥାପନ କରିଥିଲେ l