-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
11-Oct-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ଭାରତ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୫ଦିନିଆଁ କେରଳ, କର୍ଣ୍ଣାଟକ, ତାମିଲନାଡୁ ଗସ୍ତରେ ଓଡିଶାରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ ହୋଇଛନ୍ତି l ଆଜି ଇସ୍ରୋ ରେ ବୈଜ୍ଞାନିକ ଏବଂ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ରହିଛି l ଏହି ସଂସଦୀୟ କମିଟି ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧିତ ଆଇନ, ଜଙ୍ଗଲ ସଂରକ୍ଷଣ ସଂଶୋଧିତ ଆଇନ, ଜୈବିକ ବିବିଧତା ଆଇନ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜଙ୍ଗଲ,ସମ୍ବନ୍ଧରେ ଅନୁଧ୍ୟାନ କରିବା ସହିତ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟର ଉଚ୍ଚ କର୍ତୃପକ୍ଷ, ବିଭାଗୀୟ ଅଧିକାରୀ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିବ ବୋଲି ସୂଚନା ମିଳିଛି l