-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
11-Oct-2023
ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ କୁଶଙ୍ଗ ଗ୍ରାମସ୍ଥିତ ମାଁ କୁଶଙ୍ଗାଇ ପୀଠରେ ଶୁକ୍ରବାର ମୂଳାଷ୍ଟମୀ ଦିନ ଖଣ୍ଡା ବସା ଯାଇ ଷୋହଳ ପୂଜା ଆରମ୍ଭ କରାଯାଇଛି। ମହାଷ୍ଟମୀ ତିଥି ପର୍ଯ୍ୟନ୍ତ ମାଁ ଙ୍କ ମନ୍ଦିର ରେ ରୀତିନୀତି ଅନୁସାରେ ଷୋଡଶ ଉପଚାରରେ ଶାରଦୀୟ ପୂଜା ଅନୁଷ୍ଠିତ
ହୋଇଥାଏ। ଏହି ସମୟରେ ପ୍ରତିବର୍ଷ ଶ୍ରଦ୍ଧାଳୁ ଭକ୍ତମାନେ ପୂଜାର୍ଚ୍ଚନା ପାଇଁ ଏହି ପୀଠ କୁ ବହୁ ସଂଖ୍ଯାରେ ଆସିଥାନ୍ତି। ପ୍ରତ୍ୟହ ରାତିରେ ମନ୍ଦିର ପରିସର ରେ ଭଜନ , କୀର୍ତ୍ତନ ପରିବେଷଣ ହୋଇଥାଏ। ମହାଷ୍ଟମୀ ତିଥି ର ରାତିରେ ଏହି ପ୍ରସିଦ୍ଧ ପୀଠରେ ବଇଲ୍ ଯାତ୍ରା ଅନୁଷ୍ଠିତ ହେବ। ପୂଜା କାର୍ଯ ପୂଜକ ଖଗେଶ୍ୱର ଦେହେରୀ ଓ ଲୋକନାଥ ଦେହେରୀ ସମ୍ପାଦନ କରନ୍ତି ଓ ଅନ୍ୟ ସେବାୟତମାନେ ସହଯୋଗ କରିଥାନ୍ତି। ଏହା ଏକ ପ୍ରାଚୀନ ଦେବୀପୀଠ ହୋଇଥିବାରୁ ପ୍ରତିବର୍ଷ ଆଶ୍ବିନ ମାସରେ ମନ୍ଦିର ପରିସର ଚଳଚଞ୍ଚଳ ହୋଇଉଠେ।