-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର ): ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ଓ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଙ୍କ ଆହ୍ବାନ ରେ ସୁବର୍ଣ୍ଣପୁର
ଜିଲ୍ଲାର ପ୍ରାୟ ୮୦ ଟି ବିଦ୍ୟାଳୟ ରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବିଶ୍ବ ହୃଦୟ ଦିବସ, (world Heart Day) ପାଳନ ହୋଇଅଛି ।ଡୁଙ୍ଗୁରିପାଲି ବ୍ଲକର ମାୟାବରହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର
ପଶାୟତ ହୃତପିଣ୍ଡ କିପରି ସୁସ୍ଥ ରହିବ ସେ ବିଷୟ ରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ସେହିପରି ବାଲୁଙ୍କେଶ୍ଵର ଆଦିବାସୀ ଉଚ୍ଚ ବିଦ୍ୟାଳୟର ପରାମର୍ଶ ଦାତା ହୃତପିଣ୍ଡ କୁ କିପରି ସୁସ୍ଥ ରଖିପାରିବା ,ହୃଦଘାତ ର କାରଣ ଓ ତାର ନିରାକରଣ ବିଷୟ ରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ। ଏହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେଡକ୍ରସ ପରାମର୍ଶ ଦାତା ମାନେ ଛାତ୍ରଛାତ୍ରୀ ମାନଙ୍କୁ ହୃତପିଣ୍ଡର ଯତ୍ନ ବିଷୟ ରେ ଆଲୋକପାତ କରିଥିଲେ।
ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ ଓ ମଞୁଲତା ଭୋଇ ଶିକ୍ଷକ ଓ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ ।