-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ରାଜନୀତି

ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ , କେନ୍ଦ୍ର ଓ ରାଜ୍ୟ ଉଭୟ ଚାଷୀଙ୍କୁ ଠକୁଛନ୍ତି- ନରସିଂହ 

14-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) ସ୍ୱାମୀନାଥନ କମିଶନ ସୁପାରିଶ ଅନୁସାରେ ଚାଷୀମାନେ କ୍ୱିଣ୍ଟାଲ ପ୍ରତି ଅମଳରେ ହୋଇଥିବା ଖର୍ଚ୍ଚର ଦେଢ ଗୁଣା ପାଇବେ । ଏହା ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଳିଖିତ ଭାବେ ଦେଶବାସୀଙ୍କୁ ନିର୍ବାଚନୀ ପ୍ରତିଶୃତି ଦେଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ନିଜ ପ୍ରତିଶୃତିରୁ ବିିରତ ରହିଥିଲେ । ଯେତେବେଳେ ସୁପ୍ରିମ କୋର୍ଟରେ ଏହାକୁ ନେଇ କେସ କରାଗଲା ସେତବେଳେ ଲଜ୍ଜାଜନକ ଭାବେ  ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାର ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା ସମ୍ଭବ ନୁହେଁ ବୋଲି ଉତ୍ତର ରଖିଥିଲେ । ଯଦି ଚାଷୀଙ୍କୁ ତାଙ୍କ ଅମଳର ପ୍ରକୃତ ମୂଲ୍ୟ ଦେବାର ନଥିଲା ତେବେ ଲିଖିତ ପ୍ରତିଶୃତି ଦେଇ ଚାଷୀ ତଥା ଦେଶବାସୀଙ୍କୁ ଠକୁ ଥିଲେ କାହିଁକି ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ସାର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
     ରାଜ୍ୟ ସରକାର ମଧ୍ୟ କହୁଛନ୍ତି ଯେ, ସେମାନେ ବିଧାନସଭାରେ ଅମଳର ଦୁଇଗୁଣ   ମୂଲ୍ୟ    ଦେବାର ପ୍ରସ୍ତାବ ଦେଇଛନ୍ତି । ଏଠାରେ ମଧ୍ୟ ରାଜ୍ୟ ସରକାର ମିଛ କହିବାର ସୀମା ଉଲଂ୍ଲଘନ କରିଛନ୍ତି । କାରଣ ସେତେବେଳେ ବିଧାନସଭାରେ ମୁଁ ନିଜେ ହିଁ ପ୍ରସ୍ତାବ ଆଣିଥିଲି ଯେ ଚାଷୀଙ୍କୁ ତାଙ୍କର ଅମଳ ଖର୍ଚ୍ଚର ଦେଢଗୁଣା ଦିଆଯାଉ ବୋଲି । କିନ୍ତୁ ମୁଖ୍ୟମନ୍ତ୍ରୀ ରଜି ହେଲେ ନାହିଁ ଏବଂ କେବଳ ଚାଷୀଙ୍କ ଖର୍ଚ୍ଚ ଉପରେ ୨୫ ପ୍ରତିଶତ ବଢାଇ ୨୯୩୦ ଟଙ୍କା ର ପ୍ରସ୍ତାବ ପାରିତ କରାଗଲା । ଏଥିରେ ଏପରିକି ବିଜେପି ର ସଭ୍ୟମାନେ ମଧ୍ୟ ଦସ୍ତଖତ କରିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଉଭୟ ବିଜେପି ଓ ବିଜେଡି ଏହି କଥାରୁ ଓହୋରି ଯାଉଛନ୍ତିା ପରବର୍ତ୍ତି ସମୟରେ ବାଚସ୍ପତି ଙ୍କ ନେତୃତ୍ୱରେ ଏକ ଗୃହ କମିଟି ଗଠନ କରାଯାଇଥିଲା । ଯୋଜନା ଥିଲା କମିଟି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରି ଚାଷୀ କିପରି ଅମଳର ଉଚିତ ମୁଲ୍ୟ ପାଇପାରିବ ସେ ଉପରେ ଆଲୋଚନା ହେବ । କିନ୍ତୁ ବାଚସ୍ପତିଙ୍କ ଚିଠି ଦେବା ସତ୍ୱେ ପ୍ରଧାନମନ୍ତ୍ରୀ ଏହାକୁ ତିଳେ ହେଲେ ଖାତିର ନକରି କୌଣସି ଜବାବ ଦେଇ ନଥିଲେ । ପରବର୍ତ୍ତି ସମୟରେ ବିଧାନସଭାରେ ମୋର ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ ଧାନର ଅମଳର ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୮୩୧ ଟଙ୍କା । କିନ୍ତୁ କେନ୍ଦ୍ର ସରକାର ଙ୍କ ସର୍ବନିମ୍ନ ସହାୟକ ମୁଳ୍ୟ ସାଧାରଣ ଧରଣର ଧାନ ପାଇଁ ମାତ୍ର ୧୮୬୮ ଟଙ୍କା । ଏଥିରୁ ଜନସାଧାରଣ ବୁଝି ପାରିବେ ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କୁ କେଉଁ ଗଣିତରେ ଚାଷୀଙ୍କ ଧାନ ଅମଳ ଖର୍ଚ୍ଚର କ୍ୱିଣ୍ଟାଲ ପ୍ରତି ଦେଢ ଗୁଣ ଦାମରେ ଧାନ କିଣୁଛନ୍ତି । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ରାଜ୍ୟ ସରକାର କେବଳ ଚିଠି ଲେକାରେ ସିମୀତ ଓ କେନ୍ଦ୍ର ଚାଷୀଙ୍କୁ ଡାହା ମିଛ କହୁଛି । 

    

ବର୍ତ୍ତମାନ କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ସମାଗ୍ରୀ ଆଇନରେ ସଂଶୋଧନ କରିଛି । ଯେଉଁ ଥିରେ କି ଧାନ , ଗହମ, ଆଳୁ, ପିଆଜ ଇତ୍ୟାଦି ଅନେକ ଅତ୍ୟାବଶକିୟ ସାମଗ୍ରୀକୁ ଏହି ଆଇନରୁ ବାଦ ଦେଇ ପୁଞ୍ଜିପତିଙ୍କ ସ୍ୱାର୍ଥରେ  କଳାବଜାରୀକୁ ପ୍ରତ୍ସୋହନ ଦେଇଛି । ପୁଣି ଆଗରୁ ମଧ୍ୟ ଆଇନ ବ୍ୟବସ୍ଥା ଥିଲା ଛାହୀ ଯେଉଁ ଠାରେ ଚାହିଁବ ତାର ଧାନ ବିକି ପାରିବ । କିନ୍ତୁ ବର୍ତ୍ତମାନ କୃଷୀ ଆଇନରେ ସର୍ବନିମ୍ନ ମୁଲ୍ୟକୁ ଉଚ୍ଛେଦ କରି କେନ୍ଦ୍ର ସରକାର ବାହା ବାହା ନେଉଛି ଯେ ଆମେ ଚାଷୀକୁ ସ୍ୱାଧୀନତା ଦେଉଛୁ ଯେ ଚାହୀ ଯେଉଁଠି ଓ ଯେତେ ମୁଲ୍ୟରେ ଚାହିଁବ ସେ ତାର ଧାନ ବିକି ପାରିବ । କିନ୍ତୁ ବର୍ତ୍ତମାନର ସରକାରୀ ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୁଲ୍ୟ ଥିବା ସତ୍ୱେ ଚାଷୀ ତାର ଧାନର ଉଚିତ ମୁଲ୍ୟ ପାଉ ନଥୀବା ବେଳେ ସର୍ବନିମ୍ନ ମୁଲ୍ୟ ବ୍ୟବସ୍ଥା ଉଠାଇ ଦେଲେ ଚାଷୀ ଶୋଷଣର ଶିକାର ହେବ ନାହିଁ ତ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହ ସରକାର ଙ୍କୁ ଚ୍ୟଲାଞ୍ଜ କରିଛନ୍ତି ଯେ ଯଦି ଦମ ଅଛି ଚାଷୀକୁ ଯିଏ ସର୍ବନିମ୍ନ ମୁଲ୍ୟ ଦେବ ନାହିଁ ତାକୁ ସାତ ବର୍ଷ ଜେଲ ଦଣ୍ଡର ଘୋଷଣା କରନ୍ତୁ । ତାହା ହେଲେ ହିଁ କେନ୍ଦ୍ରର ଛାଷୀ ଦରଜ କେତେ ଜଣା ପଡିବ । ଓଲୋଟା ରାଜ୍ୟରେ ଥିବା ନବୀନ ସରକାରଙ୍କ କେନ୍ଦ୍ର  ସହ ତାଙ୍କ ଭୀତରି ବୁଝାମଣା ଥିବାରୁ ଏହାକୁ ନେଇ ସେମାନେ ମୁହଁ ଖୋଲୁ ନାହାନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ । 
    ସାମ୍ବାଦିକ ସମ୍ମିଳନୀରେ ସୁକତେଲ ଉପରେ ମଞ୍ଜୁରି ପାଇଥିବା ୧୫୪ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ କେବେବି ବାଧାପ୍ରାପ୍ତ ହେବ ନାହିଁ । ଏହାକୁ ନେଇ କିଛି ମିଡିଆ ବନ୍ଧୁ ନକାରାତ୍ମକ ଖବର ଛାପି ଛନ୍ତି । ମୁଁ କେବେ କହି ନଥିଲି ନଭେମ୍ବର ମାସରେ ପ୍ରକଳ୍ପ ଆରମ୍ଭ ହେବ ବୋଲି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ କଥା ହେବା ବେଳେ ନିଜେ ଯନ୍ତ୍ରୀଙ୍କ କଥାକୁ ସମ୍ବାଦ ପତ୍ରରେ ପ୍ରକାଶ କରିଥିଲେ । ମୁଁ ଆଜି ମଧ୍ୟ କହୁଛି ଆସନ୍ତା କାଲି ଏହି ଜଳ ସେଚନ ପ୍ରକଳ୍ପ କୁ ନେଇ ଏକ ହାଇ ପାବାର କମିଟିର ବୈଠକ ହେବ । ବଲାଙ୍ଗିର ପ୍ରକଳ୍ପ କାର୍ଯ୍ୟାଳ୍ୟରେ କିଛି ନୁତନ ଅଧୀକାରୀ ନିଯୁକ୍ତି ପାଇଥିବା ବେଳେ କାମ ଶୀଘ୍ର ଆରମ୍ଭ ହେବ ବୋଲି ମୋର ଦୃଢ ବିଶ୍ୱାସ । ସେହିପରି ବାଏପାସ ରେ ଜମି ଯାଉଥିବା କିଛି ଜମି ମାଲିକ ତାଙ୍କର କ୍ଷତିପୂରଣ ପାଇ ସାରିଛନ୍ତି । ବାକିଥିବା ଜମି ମାଲିକ ମାନେ ଶୀଘ୍ର ପଇସା ପାଇବେ ଓ କମ ଶିଘ୍ର ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ।  ଆଜିର ସମ୍ମିଳନୀରେ ଶ୍ରୀ ମିଶ୍ର ଙ୍କ ବ୍ୟତିତ ଜିଲ୍ଲା ମହିଳା ନେତ୍ରୀ ମିଲନୀ ସାହୁ, ବରିଷ୍ଟ ନେତା ଅଶୋକ ନନ୍ଦ ମଞ୍ଚାସୀନ ଥିବା ବେଳେ ରାଜ୍ୟ ସଂପାଦକ ଉମା ଶଙ୍କର ପଣ୍ଡା , ଅଜୟ ବାଲି , ଜିଲ୍ଲା ଉପଶଭାପତି ଉମା ଶଙ୍କର ସାହୁ , ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ , ଜିଲ୍ଲା ମୁଖପାତ୍ର ସାନନ୍ଦ ମିଶ୍ର ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛତ୍ର ସଭାପତି ଅଙ୍କିତ ସାହୁ ପ୍ରମୂଖ ଉପସ୍ଥିତ ଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like