-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2023
ବଲାଙ୍ଗୀର, - ଲଗାଣ ବର୍ଷାରେ ସମଗ୍ର ବଲାଙ୍ଗୀର ଜିଲ୍ଲା ସମ୍ପୁର୍ଣ୍ଣ ବେହଲା ହୋଇ ପଡିଛି । ତେବେ ପୁଇଁନ୍ତଲା ବ୍ଲକ ଛତାପିପିଲ ପଂଚାୟତ ଅନ୍ତର୍ଗତ ତେଣ୍ଡିପାଲି ଗାଁ ସମ୍ପୁର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି । ଏ ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ଏସ୍ସି ସେଲ ଅଧ୍ୟକ୍ଷ ଓମ ପ୍ରକାଶ କୁମ୍ଭାର ଓ ବିଗତ ଜିଲ୍ଲା ପରିଷଦ ପ୍ରାର୍ଥି ହୋଇଥିବା ଶୁଭ୍ରାଂଷୁ ପଣ୍ଡା ଉକ୍ତ ଗାଁରେ ପହଂଚିଥିଲେ । ସେମାନେ ସେଠାରୁ ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ ଓ ବିଡିଓ ଅମରେନ୍ଦ୍ର ସ୍ୱାଇଁଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଉଭୟ ତହସିଲଦାର ଓ ବିଡିଓ ଗାଁରେ ପହଂଚି ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ ରଖିଥିଲେ । ଏହା ସହିତ ଆବଷ୍ୟକ ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କଂଗ୍ରେସ ଏସ୍ସି ସେଲ ତରଫରୁ ପ୍ରଭାବିତ ଲୋକଙ୍କୁ ଚୂଡା ଓ ଚିନି ବଣ୍ଟନ କରାଯାଇଥିଲା । ଏହା ସହିତ ଘର ଭାଂଗିଥିବା ଲୋକଙ୍କୁ ତୁରନ୍ତ ଘର ଯୋଗାଇ ଦେବା ଓ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା ଶୀଘ୍ର ପ୍ରଦାନ କରିବା ପାଇଁ ତହସିଲଦାର ଓ ବିଡିଓଙ୍କ ନିକଟରେ ଦାବି କରିଥିଲେ ।