-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2023
ବଲାଙ୍ଗୀର,-ବନ୍ୟାସମୟରେ ନାଳକୁ ମାଛମାରିବାକୁ ଯାଇ ୩ଜଣ ଭାସିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଅଗ୍ନୀଶମ ବାହିନୀ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ଉଦ୍ଧାରଙ୍କ ମଧ୍ୟରୁ ଜଣେ ମୃତ ଥିବବା ବେଳେ ଜଣେ ଅସୁସ୍ଥ ଅଛନ୍ତି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଭରସୁଜା ଗ୍ରାମପଞ୍ଚାୟତର ପିପିଲିପାଲି ଗାଁରେ । ଆଜି ଅପରାହ୍ନରେ ପିପିଲିପାଲି ଗାଁର ୩ଜଣ ବ୍ୟକ୍ତି ରଜନୀ ପୋଢ(୩୫),ଗୁଲେଖ ପୋଢ(୪୫) ଓ ପ୍ରମୋଦ ପୋଢ(୩୦) ନିକଟସ୍ଥ କୁଲାରୀନାଳର ରେଢାଚେକଡ୍ୟାମକୁ ବନ୍ୟାସମୟରେ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ନାଳରେ ଅଧିକ ପାଣି ମାଡିଆସିବାରୁ ସେମାନେ ସେଠାରୁ ଖସି ନପାରି ବନ୍ୟାଜଳରେ ଭାସିଯାଇଥିଲେ । ଗାଁ ଲୋକଙ୍କ ପାଖରୁ ଖବର
ପାଇ ଆଗଲପୁର ଆଗ୍ନୀଶମ ବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲା । ଗୁଲେଖ ପୋଢଙ୍କୁ ମୃତ ଓ ରଜନୀ ପୋଢଙ୍କୁ ଜିବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ପ୍ରମୋଦ ପୋଢ ନିଖୋଜ ଅଛନ୍ତି । ବଲାଙ୍ଗୀର ଅଗ୍ନୀଶମ ବାହିନୀ ସହିତ ଆଗଲପୁର ଟିମ ନିଖୋଜ ପ୍ରମୋଦଙ୍କୁ ଖୋଜୁଛନ୍ତି । ଘଟଣାର ଖବରପାଇ ଆଗଲପୁର ଥାନାଧିକାରୀ,ବିଜେଡିର ଯୁବନେତା ନୀହାରରଂଜନ ବେହେରା,ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ଜୟନ୍ତ ବେହେରା,ଯୁବକଂଗ୍ରେସର ଗଣେଶ ସାହୁ ପହଞ୍ଚି ଗାଁ ଲୋକଙ୍କ ସହିତ ମିଶି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ମୃତ ବ୍ୟକ୍ତିର ଶବକୁ ପ୍ରଥମେ ଆଗଲପୁର ଓ ପରେ ଭୀମଭୋଇ ମେଡିକାଲକଲଜେ ହସପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଜଣାଯାଇଛି ।