-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନ ଅନ୍ତର୍ଗତ ଆମ୍ବସରଭଟାରେ ଗ୍ରାମରେ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏବଂ ସାମାନ୍ୟ ଗଣ୍ଡଗୋଳରୁ ଉଗୃରୁପ ନେଇ ହତ୍ୟା କାଣ୍ଡ ଘଟିଥିଲା। ରଞ୍ଜିତ ସାହୁ ଓ ରଞ୍ଜନ ସାହୁ ଉତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ର ରେ ଦୁଇ ବାପା ପୁଅଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବାପା ବାସୁଦେବ ସାହୁ (୭୫ ) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ସୁରେନ୍ଦ୍ର ସାହୁ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ପରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଜମିରେ ପାଣି ମଡ଼ାଇବାକୁ ନେଇ ପୂର୍ବରୁ ବଚସା ଲାଗିରହିଥିବାବେଳେ ଆଜି ପୁଣି ଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉଭୟ ସାହୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ସୁବିଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ରଞ୍ଜିତ ଓ ରଞ୍ଜନକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।