-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ସହର ଭିତରେ ଗତ ରାତି ରୁ ବର୍ଷାର ତାଣ୍ଡବ | ଗତକାଲି ଠାରୁ ସହର ଭିତରେ ଜାରୀ ରହିଛି ପ୍ରବଳ ବର୍ଷା | ଆଜି ସକଲେ ତୁହାକୁ ତୁହା ବର୍ଷା ଯୋଗୁଁ ଧନଜୀବନ ଅସ୍ତବ୍ଯସ୍ତ ହୋଇଯାଇଛି l ସହରର ତଲି ଅଂଚଳ ମାନଙ୍କୁ ପଶିଛି ବର୍ଷଜଳ | ଏପରିକି ବଲାଙ୍ଗିର ମୁନିସିପାଲିଟି ମଧ୍ୟ ଏହି ବର୍ଷା ପାଣିରୁ ସୁରକ୍ଷା ପାଇପାରି ନ ଥିଲା l ବର୍ଷା ହେଲେ ବଲାଙ୍ଗିର ସହରରେ ଘର କୁ ପାଣି ପଶିବା ଏକ ସାଧାରଣ କଥା lଏପରି ପରିସ୍ଥିତିରେ ଆଜି ବର୍ଷା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଥିଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକl ସାହୁ ଙ୍କ ସମେତ
ସମେତ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରlଣା l ବିଭିନ୍ନ ୱାର୍ଡ ର କାଉନସିଲର ଓ ପ୍ରାଶାସନିକ ଅଧିକାରୀ ମାନେ ପାଣିଘେରରେ ରହିଥିବା ଲୋକଙ୍କ ଅଭାବ ଅସୁବିଧା ବୁଝି ତାର କିପରି ଆଶୁ ସମାଧାନ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ l ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ ୧୩ ଓ ୧୪ ନମ୍ବର୍ ୱାର୍ଡ଼ ର ବର୍ଷା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସହ ଆଲୋଚନା କରି ପାଣି ନିଷ୍କାସନ ର ତୁରନ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି l