-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
ବୋଡ଼େନ - ଶିକ୍ଷା ବ୍ୟବସ୍ଥାରେ ଅଭିଭାବକଙ୍କ ସହଭାଗିତା ଅତି ଜରୁରୀ ମନେକରି ସରକାର ବର୍ତ୍ତମାନ ସେବାଶ୍ରମ ମାନଙ୍କରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ବୋଡ଼େନ ବ୍ଲକ ରୋକାଳ ପଞ୍ଚାୟତ ର କମଲାମାଳ ସେବାଶ୍ରମର କାର୍ଯ୍ୟ କ୍ରମରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ ମୁଖ୍ୟ ଅତିଥି ,ମାଷ୍ଟର ଟ୍ରେନର ସୁଶିଲ କୁମାର ପତି,ପ୍ରଧାନ ସେବକ ଦିଲ୍ଲୀପ କୁମାର ପଣ୍ଡା,ସି ଆର୍ ସି ସି ମୀନକେତନ ନିଆଲ,ସ୍କୁଲ କମିଟି ପ୍ରେସିଡେଣ୍ଟ ମଙ୍ଗରାଜ ବାବୁ ଏବଂ ଆଇ ସି ଡି ଏସ ସୁପର୍ଭାଇଯାର ଅହଲ୍ୟା ତାଣ୍ଡି ସମ୍ମାନିତ
ଅତିଥି ରୂପେ ମଞ୍ଚାସିନ ଥିଲେ ।ସଭାର ପ୍ରାରମ୍ଭରେ ପ୍ରଧାନ ସେବକଙ୍କ ସେବାଶ୍ରମର ବିବରଣୀ ପାଠ ସମୟରେ ତାଙ୍କ ବାଣୀ ସୂଚାଇ ଦେଲା କି ବିଦ୍ୟାଳୟର ମୋଟ ୧୯୧
ଛାତ୍ର ଛାତ୍ରୀ ପାଇଁ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ , ବିଦ୍ୟାଳୟରେ ଗଣିତ ଏବଂ ବିଜ୍ଞାନ ଶିକ୍ଷକ ମଧ୍ୟ ନାହାନ୍ତି,ଗୋଟିଏ ପାଇଖାନାରେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ନିର୍ଭର କରୁଛନ୍ତି,ଗେଟ୍ ଅଛି ହେଲେ ଦୁର୍ବଳ ଅବସ୍ଥାରେ ,ପରିଶ୍ରାଗାର ମଧ୍ୟ ଗୋଟିଏ ଅଛି ବୋଲି ପାଇଖାନାରେ କାମ ଚଳାଇଦିଅନ୍ତି ,ପାଚେରୀ ଦୁର୍ବଳ ତେଣୁ ପିଲାମାନେ ଡେଇଁ କରି ପଳାଇ ପାରୁଛନ୍ତି ,ପିଇବା ପାଣି ପାଇଁ ହଇରାଣ ହୁଅନ୍ତି ।ପ୍ରଧାନ ସେବକଙ୍କ ଏହିଭଳି ବିବରଣୀ ପାଠ ସମସ୍ତଙ୍କୁ ବିଚଳିତ କରି ପକାଇବା ସହ ଜିଲ୍ଲା ନିରୀକ୍ଷକଙ୍କୁ ପରୋକ୍ଷ ଭାବରେ ଜଣାଇଦେଲା କି ଆମ ଶିକ୍ଷା ବ୍ୟବସ୍ଥା ଏହିଭଳି ବିତାଇବାକୁ ପଡୁଛି ।ପୁଣି ଛାତ୍ରୀ ନିବାସରେ ରୋଷେଇ ଗୃହ ଠିକ୍ ନଥିବା,ନିବାସ ପଛ ପଟେ ପାଚେରୀ ନ ଥିବା, ବୋରୱେଲ ଅଛି ମାତ୍ର ଗୋଟିଏ କିନ୍ତୁ ତା'ରି ପାଣି ଫ୍ଲୋରାଇଡ ଯୁକ୍ତ ଯାହାକି ପିଇବା ଯୋଗ୍ୟ ନୁହେଁ ,ବିଦ୍ୟୁତ୍ ବ୍ୟବସ୍ଥା ଅଛି ହେଲେ ଯେତେ ବେଳେ ବିଦ୍ୟୁତ୍ ଚାଲି ଯାଉଛି ସେତେ ବେଳେ ଆଉ ଅନ୍ୟ ବ୍ୟବସ୍ଥା ନାହି ନିବାସକୁ ଆଲୋକିତ କରିବାପାଇଁ ।ସିଧା ଭାବରେ କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି କମାଳମାଳ ସେବାଶ୍ରମ ।କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ନିମନ୍ତ୍ରିତ ଅତିଥି ରୂପେ ପଲସଦା ସେବାଶ୍ରମର ପ୍ରଧାନ ସେବକ ଖିତିରାମ ପୋଡ,ମହୁଲ ପଡ଼ାରୁ ସତ୍ୟବାଦୀ ମଲ୍ଲିକ,କରଙ୍ଗାମାଲରୁ ବବିତା ବେହେରାଙ୍କ ସହ ମିଶନ ଶକ୍ତି ଦ୍ଵାରା ପରିଚାଳିତ ଗ୍ରାମ ପଞ୍ଚାୟତ ସ୍ତରୀୟ ମହା ସଂଘ ରୋକାଲର ସଭାନେତ୍ରୀ ପୁନମ ଦୂର୍ଗା,ସି ଆର୍ ପି ମିନତି ପଣ୍ଡା,ସି ଆର୍ ପି ବବି ସୁନାନି ଏବଂ ସି ଆର୍ ପି ରୁପକାନ୍ତି ସଲମା ଉପସ୍ଥିତ ଥିଲେ ।ଆରମ୍ଭରୁ ଶେଷ ଯାଏଁ ସହକାରୀ ସେବକ ଚେରୁ ତାଣ୍ଡି,ଚୁଡ଼ା ମଣି ମେହେର ଓ ସାଧୁ ମେହେର ସହଯୋଗ କରିଥିଲେ ।ଅଭିଭାବକ ପ୍ରଧାନ ସେବକଙ୍କ ଦ୍ଵାରା ଉପସ୍ଥାପିତ ବିଦ୍ୟାଳୟର ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ଜିଲ୍ଲା ନିରୀକ୍ଷକ ଉଦୟ ସିଂ ମାଝୀଙ୍କ ସହିତ ଆଲୋଚନା କରି ଶୀଘ୍ର ଦୂରୀଭୂତ କରିବାକୁ ଅନୁରୋଧ ରଖିଲେ ।