-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
14-Dec-2020
ବରଗଡ,(ମୁକୁନ୍ଦ ଦାସ)- ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀର କୁମେଲ ସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜ୍ୟୋତିର୍ମୟୀ ନାୟକଙ୍କ 59 ତମ ଜନ୍ମଦିନ ଆଜି ଅତାବିରା,ଝାଇଯୋର କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ଓ ଫଳ, ବିସ୍କୁଟ ଦେଇ ପାଲନ କଲେ ଓ କୁଷ୍ଠ ରୋଗୀ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ।ଏହି କାଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଡଃ ଅଜିତ କୁମାର ନାଥ ଅତିଥି ଭାବେ ଯୋଗଦେଇ ସମାଜସେବା ପାଇଁ ତାଙ୍କୁ ଅନେକ ଅନେକ ସାଧୁବାଦ ଜଣାଇଥିଲେ। ସେହିପରି ଗାଇଗୋରୁ ଙ୍କୁ ସେବା କରୁଥିବା ସଜୀବ କୁମାର ଦାଶ, ମୁକୁନ୍ଦ ଦାଶ, ଓ ଶ୍ରୀ ନାଏକଙ୍କ ସ୍ଵାମୀ ରାଧେଶ୍ୟାମ ନାୟକ ଯୋଗଦାନ କରିଥିଲେ। ଏହି ପରି ଜନ୍ମ ଦିନ ପାଳନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି। ବଞ୍ଚି ଥିବା ପର୍ଯନ୍ତ ଏପରି ସେବା କରିବା ପାଇଁ ଶ୍ରୀମତୀ ନାୟକ ଜଣାଇଛନ୍ତି । ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମଧ୍ୟ ଏହି ପରି ଜନ୍ମଦିନ ପାଳନ ପାଇଁ ଅନୁଷ୍ଠାନ ପକ୍ଷରୁ ଅନେକ ଅନେକ ସାଧୁବାଦ ଜଣାଯାଇଛି।