-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଅପରାଧ

ବାହାଘର ପାଇଁ ଭଡ଼ା ନେଲେ, ଚାଳକ ମୁଣ୍ଡରେ ବନ୍ଧୁକ ଲଗାଇଲେ

14-Dec-2020



(ପ୍ରେରଣା ଖବର) ଭୁବନେଶ୍ୱର : ବାହାଘର ଅଛି କହି ଭୁବନେଶ୍ବରରୁ କାର୍‌ ଭଡ଼ା ନେଲେ। ଚାଳକ ମୁଣ୍ଡରେ ବନ୍ଧୁକ ଲଗାଇ ଜଙ୍ଗଲକୁ ନେଇଗଲେ। ରାତି ଅଧରେ ମାରଣାସ୍ତ୍ର କାରବାର କଲେ। ଟିକିଏ ସମୟ ପାଇ ଚାଳକ ମାଲିକଙ୍କୁ ଜଣାଇଲା। ଗାଡ଼ିରେ ଲାଗିଥିବା ଜିପିଏସ୍‌ ଟ୍ରାକ୍‌ କରି ଗାଡ଼ିର ଅବସ୍ଥିତି ଜାଣିବା ପରେ ଗାଡ଼ି ମାଲିକ ପୁଲିସକୁ ଖବର ଦେଲେ। ବୌଦ୍ଧ ପୁଲିସ ନାକାବନ୍ଦୀ କରି ଗାଡ଼ିକୁ ଧରିବା ସହ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଭୁଜାଲି, ୧୦ଟି ମୁଖା ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଗାଡ଼ି ଭଡ଼ାରେ ନେଇଥିବା ଏହି ୮ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଡକାୟତି ମାମଲା ଥିବା ପୁଲିସର ଖୋଳତାଡ଼ ବେଳେ ଜଣାପଡ଼ିଛି। ଏଭଳି ଏକ ନାଟକୀୟ ଢଙ୍ଗରେ ଆଜି ସକାଳେ ବୌଦ୍ଧ ପୁଲିସକୁ ସଫଳତା ମିଳିଛି। ଗାଡ଼ିରେ ଲାଗିଥିବା ଜିପିଏସ୍‌ ୮ ଡକାୟତଙ୍କୁ ଧରାଇବା ଦେବା ସହ ଚାଳକଙ୍କ ଜୀବନକୁ ମଧ୍ୟ ବଞ୍ଚାଇ ଦେଇଛି। ସମସ୍ତ ଅଭିଯୁକ୍ତଙ୍କୁ ବୌଦ୍ଧ ପୁଲିସ ମାରାଥନ୍‌ ଜେରା କରୁଛି। ସୂଚନା ମୁତାବକ, ଗତ ୧୧ ତାରିଖ ଦିନ ୟୁନିଟ୍‌-୪ରେ ଥିବା ମିଶ୍ର ଟ୍ରାଭେଲ୍ସରୁ ୭ ଜଣ ଯୁବକ ଏକ ଇନୋଭା ଗାଡ଼ି (ଓଡି୦୨ବି- ୭୧୧୧) ବୁକିଂ କରିଥିଲେ। ଚୁକ୍ତି ଥିଲା କି ବଲାଙ୍ଗୀର ଯାଇ ଏକ ବାହାଘର ଭୋଜିରେ ଯୋଗଦେଇ ଫେରିବେ। ୧୧ ତାରିଖ ରାତିରେ ଏଠାରୁ ଗାଡ଼ି ବାହାରିଥିଲା। ସେମାନେ ବଲାଙ୍ଗୀର ନ ଯାଇ ଅନ୍ୟ ଏକ ରାସ୍ତାରେ ପ୍ରାୟ ୨ଶହ କିଲୋମିଟର ଯିବାକୁ କହିଥିଲେ। ୨ଶହ କିଲୋମିଟର ଭିତରକୁ ଯିବା ପରେ ସେମାନେ ନାରାୟଣପାଟଣା ପାଖାପାଖି ପହଞ୍ଚିଥିଲେ। ସେତେବେ‌ଳକୁ ୧୨ ତାରିଖ ରାତି ୮ଟା ହୋଇଯାଇଥିଲା। ସେଠାରେ ୪ ଜଣ ଲୋକଙ୍କ ଠାରୁ ବନ୍ଧୁକ, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଆଣିଥିଲେ। ଏହା ଦେଖିବା ପରେ ଚାଳକ ମାଲିକଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ। ବିଳମ୍ବ ହେଉଥିବା ଦର୍ଶାଇ ଚାଳକ ଫେରିଯିବା ପାଇଁ କହିବାରୁ ସେମାନେ ତା’ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ତା’ ଠାରୁ ମୋବାଇଲ ମଧ୍ୟ ଛଡ଼ାଇ ନେଇଗଲେ। ଏଣୁ ବାଧ୍ୟ ହୋଇ ଚାଳକ ତାଙ୍କ କହିବା ଅନୁସାରେ ଗାଡ଼ି ଚଳାଇବାକୁ ବାଧ୍ୟ ହେଲେ। ଏଣେ ଏଭଳି ଖବର ପାଇ ମାଲିକଙ୍କର ମଥା ଘୂରିଗଲା। ଗାଡ଼ି ମାଲିକ କନକ ଟିଭି ରିପୋର୍ଟର ସୌଭାଗ୍ୟ ପରିଡ଼ାଙ୍କ ପାଖରେ ପହଞ୍ଚିଥିଲେ। ଗାଡ଼ିରେ ଲାଗିଥିବା ଜିପିଏସ୍‌ ବ୍ୟବସ୍ଥାକୁ ମୋବାଇଲରେ ଖୋଲିବା ପରେ ଗାଡ଼ି ବୌଦ୍ଧରେ ଥିବା ଜଣାପଡ଼ିଥିଲା। ଏହା ପରେ ବୌଦ୍ଧ ଏସ୍‌ପିଙ୍କୁ ଯୋଗାଯୋଗ କରାଯାଇଥିଲା। ଗାଡ଼ିର ଅବସ୍ଥିତି ବାବଦରେ ମଧ୍ୟ ଅବଗତ କରାଯାଇଥିଲା। ଜିପିଏସ୍‌ ଟ୍ରାକିଂ ଆଧାରରେ ବୌଦ୍ଧ ପୁଲିସ ଗାଡ଼ିକୁ ପିଛା କରିଥିଲା। ସେତେବେଳକୁ ଗାଡ଼ି ପୁରୁଣା କଟକରୁ ଚାରିଛକ ଆଡ଼କୁ ଯାଉଥିଲା। ଗାଡ଼ିର ଗତି ପ୍ରତି ଘଣ୍ଟା ୧୨୦ କିମି ରହିଥିଲା। ପୁଲିସ ସଦଳବଳ ଚାରିଛକରେ ପହଞ୍ଚି ବାରିକେଡ୍‌ ଲଗାଇ ନାକାବନ୍ଦୀ କରିଥିଲା। ଆଗରେ ନାକାବନ୍ଦୀ ଦେଖି ଅଭିଯୁକ୍ତମାନେ ଗାଡ଼ି ପଛକୁ ବୁଲାଇ ପଳାଇବାକୁ କହିଥିଲେ। ଗାଡ଼ି ବୁଲିବା ବେଳକୁ ପଛରୁ ଆଉ ଦୁଇଟି ପିସିଆର ଭ୍ୟାନ୍‌ ଆସି ଯାଇଥିଲା। ଏଣୁ ଖସିବାକୁ ଆଉ ବାଟ ନଥିଲା। ପୁଲିସ ହାତରେ ସମସ୍ତେ ଧରା ପଡ଼ିଥିଲେ। ଏ ନେଇ ବୌଦ୍ଧ ଏସ୍‌ପି ରଘୁନାଥ ରାଓ କହିଛନ୍ତି, ସେମାନଙ୍କୁ ପଚରା ଉଚରା ହେଉଛି। ଭୁଜାଲି ଓ ବନ୍ଧୁକ ମିଳିଥିବାରୁ ଏମାନେ ଡକାୟତି କରିବା ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଏମାନଙ୍କ ନାମରେ ଖୋର୍ଦ୍ଧା, ଜଙ୍କିଆ, ନୟାଗଡ଼, ରଣପୁର ପ୍ରଭୃତି ଥାନାରେ ଡକାୟତି ମାମଲା ରହିଛି। ପୂର୍ବରୁ ଏମାନେ ଏଭଳି ଚାଳକଙ୍କୁ ଅପହରଣ କରି ଗାଡ଼ି ଚୋରି ମଧ୍ୟ କରିଥିବା ଆଶଙ୍କା କରାଯାଉଛି। ଏଯାବତ୍‌ ଲିଖିତ ଅଭିଯୋଗ ହୋଇନାହିଁ। ମାଲିକ ପହଞ୍ଚିବା ପରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ରାଓ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like