-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2023
ସମ୍ବଲପୁର(ପଧାନପାଲି): ଯେଉଁ ଗୁରୁ ମାନଙ୍କ ପାଇଁ ମଣିଷ ହୋଇଛନ୍ତି ସେହି ଗୁରୁ ମାନଙ୍କ ପୂଜ୍ୟ ପୂଜାରେ ସାମିଲ ହୋଇଛନ୍ତି ୧୯୭୯ ମସିହା ମାଟ୍ରିକ ବ୍ୟାଚ ଶିକ୍ଷାର୍ଥୀ । ସେହି ସମୟରେ ଶିକ୍ଷାଦାନ କରୁଥିବା ପ୍ରତ୍ୟେକ ଶିକ୍ଷକଙ୍କ ଘରକୁ ଏଭଳି ପୂଜ୍ୟପୂଜାର ନିଦର୍ଶନ ଦେଖାଇଛନ୍ତି ବାହାମ ପଞ୍ଚାୟତର ପଧାନପାଲି ଉଚ୍ଚ ବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀ । ସେହି ବ୍ୟାଚର ଏକ ପ୍ରତିନିଧି ଦଳ ତତ୍କାଳିନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା,କୃଷ୍ଣ ଚନ୍ଦ୍ର ନାୟକ,ଲୋଚନ ମେହେର,ସୁରେନ୍ଦ୍ର ମହାକୁଡ ଓ ଶ୍ୟାମ ସୁନ୍ଦର ପଣ୍ଡା ବସବାସ କରୁଥିବା ନିଜ ବାସ ଭବନକୁ ଯାଇ ଗୁରୁ ଆଶିର୍ବାଦ ଭିକ୍ଷା କରିବା ସହିତ ସେମାନଙ୍କ ଅମୂଲ୍ୟ ଦାନକୁ ମନେପକାଉ ଉପଢୌକନ ଦେଇ ସମ୍ମାନୀତ କରିଥିବା ଭଳି ଏକ ଦୃଷ୍ଟାନ୍ତ ତିଆରି କରିଛନ୍ତି ପଧାନପାଲି ଉଚ୍ଚ ବିଦ୍ୟାଳୟର ୧୯୭୯ ବ୍ୟାଚ । ଏଥିରେ ଏହି ବ୍ୟାଚର ପ୍ରତିନିଧି ଭାବେ ବାହାମ ପଞ୍ଚାୟତର ସମିତି ସଭ୍ୟ ପ୍ରଫୁଲ୍ଲ ମଗର,ପୁର୍ବତନ ସମିତି ସଦସ୍ୟ ହରିହର ନାୟକ,ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଲକ୍ଷ୍ମଣ ନାଥ,ଶଙ୍କର୍ଶଣ ମେହେର ଓ ସୁରେନ୍ଦ୍ର ପଧାନ ପହଞ୍ଚି ଏହି ପୁଜ୍ୟପୂଜାରେ ସାମିଲ ହୋଇଥିଲେ।
(ସଂଜୀବକୁମାରପାଣିଗ୍ରାହୀ)