-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ସମ୍ବଲପୁର,୨୯/୦୮: ସାମ୍ବାଦିକ ମନୋଜ ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଏବଂ ଧମକ ଦେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଠାବ କରି ଗିରଫ କରିବାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ତଥା ସାମ୍ବାଦିକ ମାନେ ଦାବି କରିଛନ୍ତି I
ଏହି ମର୍ମରେ ଆଜି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ I ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ କୁମାର ପାଣ୍ଡେ, ଜ଼ିଲ୍ଲା ଗୁଇନ୍ଦା ବିଭାଗ ଉପ ଆରକ୍ଷୀ ଅଧିକ୍ଷକ ଜେମେସ୍ ସାମଦଙ୍କ ଉପସ୍ଥିତିରେ ଏହି ଦାବି ପତ୍ର ଗ୍ରହଣ କରିଥିଲେ I ଏ ସଂକ୍ରାନ୍ତରେ ସାମ୍ବାଦିକ ଶ୍ରୀ ସାହୁଙ୍କ ଅଭିଯୋଗ କ୍ରମେ ବୁର୍ଲା ଥାନାରେ କେସ ନଂ. ୩୮୨/ ତା. ୨୮.୦୮. ୨୦୨୩ ରୁଜ୍ଜ ହୋଇଛି I ଗତ ମାସ ୨୬ ତାରିଖ ଏକ ଠକେଇ ଅଭିଯୋଗରେ ସମ୍ବଲପୁରର ଲୋକନାଥ ମହାନ୍ତି ନାମକ ଜଣେ ଯୁବକ ଶ୍ରୀ ସାହୁଙ୍କ ପରିଚୟ ପତ୍ରକୁ ଜାଲ କରି ଏକ ନକଲି ପରିଚୟ ପତ୍ର ପ୍ରସ୍ତୁତ କରିଥିବା ସଂକ୍ରାନ୍ତରେ ବୁର୍ଲା ଥାନାରେ ଶ୍ରୀ ସାହୁ ଅଭିଯୋଗ କରିଥିଲେ I ଫୋନରେ ଯୁବକ ଏବଂ ମହିଳା ଜଣକ ଲୋକନାଥଙ୍କ ନାମରେ କାହିଁକି ଅଭିଯୋଗ କଲୁ ବୋଲି କହି ଧମକ ଦେଇଥିବା ସାମ୍ବାଦିକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି I ଦାବିପତ୍ର ପ୍ରଦାନ ସମୟରେ ସଂଘର ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ମନୋଜ ସାହୁ, ଅଜୟ କୁମାର ନାଥ, ଜ୍ଞାନ ବ୍ରତ ଭୋଇ, ବିରାଜ ମିଶ୍ର, ନିମାଇଁ ସାହୁ, ତଫିଜୁଲ ହୋସେନ୍, ଦେବେନ୍ କୁମାର ପଟେଲ, ଅମଳେନ୍ଦୁ ନାୟକ, ସୁବ୍ରତ ପାଢ଼ୀ, ଶୁଭେନ୍ଦୁ ସାହୁ, ନିଉଟନ ରାୟ, ଅନିଲ ଶ୍ରୀରାମକା, ସରୋଜ ସେଠ୍, ସଂଜିବ ଠାକୁର, ସଂଜିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବଲପୁର -ସଂଜୀବ ପାଣିଗ୍ରାହୀ - ସାମ୍ବାଦିକ