-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ବିନିକା(ହିମାଂଶୁ ଶେଖର ପୁଟେଲ)୫ଦଫା ଦାବି ସମାଧାନ ନେଇ ଆଜି ବିଜେପି ତରଫରୁ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପଠାଯାଇଛି ।ଦେଇଥିବା ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଆବାସ ଘର ଦୁର୍ନୀତିର ସିବିଆଇ ତଦନ୍ତ,ପିସି କାରବାରକୁ ବନ୍ଦ କରାଯାଉ,ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ, କୃଷି ଓ କୃଷକର ଉନ୍ନତି ପାଇଁ ପଦକ୍ଷେପ ଆଦି ପ୍ରମୁଖ ଦାବୀ ରହିଛି ।ବରିଷ୍ଟ ନେତା
ବଳରାମ ସିଂ ଯାଦବଙ୍କ ନେତୃତ୍ୱରେ ବଳଦେବ ବେଦବାକ, ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେଶ ମିଶ୍ର,ସୋଭାକର ମଲ୍ଲିକ,ସରୋଜ ପ୍ରଧାନ,ସଦାରାମ ଚାଉଲିଆ,ସମୀର ମହାକୁର,ମାଗିରାମ ପ୍ରଧାନ,ସୁକାନ୍ତ ଝାଙ୍କର,ତ୍ରିଲୋଚନ ଡାଙ୍ଗ, ମୁନୁ ଦଣ୍ଡସନା,ଶୁଶିଲ ଦାସ, ସୁଶାନ୍ତ ବଗର୍ତ୍ତି,ପ୍ରଶାନ୍ତ ଜାଲ, ଥବିର ପ୍ରଧାନ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ । ପ୍ରାରମ୍ଭରେ କର୍ମୀ ମାନେ ହାତରେ ଦଳୀୟ ପତାକା ଧରି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ଶୋଭାଯାତ୍ରା ମାଧ୍ୟମରେ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ ।