-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ଐତିହାସିକ ରାଣୀପୁର ଝରିଆଲ ଛେଲିଆ ଦେଉଳର ପଥରକୁ ତାଡିବା ପାଇଁ ଦୃବୃତ୍ତ ମାନେ ଶନିବାର ବିଳମ୍ବିତ ରାତିରେ ଆସି ଦେଉଲ ର ପଥର କୁ ଖୋଲିଥିବା ଅଭିଯୋଗ ହୋଇଛି। ଅବଶ୍ଯ ଲୋକେ ଜାଣିବା ପରେ ଫେରାର ମାରିଥିଲେ। କିଛି ବର୍ଷ ପୂର୍ବେ ରାଣୀପୁର ଝରିଆଲର ଛେଲିଆ ଦେଉଳକୁ ଲାଗି ଗଭୀର ଗାତ ଖୋଲି ପାଇପ ଲାଇନ କାମ କରାଗଲା । ସେ ସମୟରେ ସାମାଜିକ କର୍ମୀ ଥବିର ଚନ୍ଦ୍ର ବାଗ ଏବଂ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ରାଜିବ ସଗରିଆ ପ୍ରତ୍ନତାତ୍ତ୍ୱିକ ନିୟମ କୁ ଅବମାନନା କରି ଛେଲିଆ ଦେଉଳ ନିକଟରେ ପାଇପ ଲାଇନ କାମ କରାଯାଉଥିବା ନେଇ ବଙ୍ଗୋମୁଣ୍ଡା ବିଡିଓ ଏବଂ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶନିବାର ରାତିରେ ଛେଲିଆ ଦେଉଳ(ମନ୍ଦିର)କୁ ସମ୍ପୁର୍ଣ୍ଣ ନଷ୍ଟ କରିଦେବା ପାଇଁ କେତେକ ଦୃବୃର୍ତ୍ତ ପଥର ତାଡି ନେବା ପାଇଁ ଆସିଥିଲେ । ପ୍ରାୟ ରାତି ୧୨ ଟାରେ ଖବର ପାଇ କଁସିଲ ଗ୍ରାମର ଯୁବକମାନେ ପହଁଚିବା ପରେ ଦୃବୃର୍ତ୍ତ ମାନେ ପଥର ଓ ଇଟା ତାଡ଼ିବା ଉପକରଣ ଛାଡ଼ି ଦୌଡ଼ି ପଳେଇ ଥିଲେ । ରାଣୀପୁର ଝରିଆଲ ର ପୁରାତନ ଭଗ୍ନ ଅବଶେଷ ଗୁଡିକୁ ସଂରକ୍ଷଣ, ସୁରକ୍ଷା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ପ୍ରକାଶ ଯୋଗ୍ଯ ଗୁପ୍ତ ଧନ ପାଇବା ଆଶାରେ ରାଣୀପୁର ଝରିଆଲ ର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଦୁର୍ବୃତ୍ତ ମାନେ ଖୋଲାଖୋଲି କରିଥିବା ନଜିର ରହିଛି।