-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ବେଲପଡ଼ା(ପୂର୍ଣ ଶଶୀ ଶେଖର ରାଓ ): ପାଟଣାଗଡ଼ ବ୍ଲକ ଖୁଂଟସମଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଳପାଲିକୁ ରାଜସ୍ୱ ଗ୍ରାମ୍ୟ ମାନ୍ୟତା ଦାବୀ ନେଇ ପାଟଣାଗଡ଼ ଗଡ଼ଭିତର ଯାତ୍ରା ପଡ଼ିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ୟ୍ଯନ୍ତ ପହଞ୍ଚି ବ୍ଲକ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ନାରାବାଜି କରିଥିଲେ । ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ଯୁଗ୍ମ ଜନଶୁଣାଣୀ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଆଜିର ଆନ୍ଦୋଳନ ରେ ଗ୍ରାମର ଗ୍ରାମ୍ୟ ସଭାପତି ରମାକାନ୍ତ ମେହେର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ,ଜନ୍ମେଜୟ ମେହେର,ପୂର୍ବତନ ସରପଞ୍ଚ ପଦ୍ମିନୀ ମେହେର, ଜୟରାମ ମେହେର, ଶଙ୍କର ମେହେର,ପ୍ରମୋଦ ମେହେର, ପ୍ରଭାକର ଦାସ,ମୋହନ ଚନ୍ଦ୍ର ବେହେରା,କୁବେର ମେହେର, କୁମାର ମେହେର, ବଳରାମ ମେହେରଙ୍କ ସହିତ ଗ୍ରାମର ପାଞ୍ଚ ଶହ ପୁରୁଷ ମହିଳା ସାମିଲ ହୋଇଥିଲେ । ରାଜସ୍ୱ ଗ୍ରାମ ଦାବୀ ନେଇ ଗ୍ରାମବାସୀ ଦୀର୍ଘ ୨୦ବର୍ଷ ହେବ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ପାଖରେ ଦାବୀ ଜଣେଇ ଆସୁଛି । ଦାବୀ ପୁରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।