-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ନବରଙ୍ଗପୁର (ମିହିର ଶଙ୍କର ପାତ୍ର )
ପ୍ରସିଦ୍ଧ ଶୈବ ପୀଠ କେଲିଆ ଠାରେ ଶ୍ରାବଣ ଶେଷ ସୋମବାର ରେ ଶିବଙ୍କୁ ଜଳ ଅଭିଷେକ କଲେ ଶତାଧିକ ଶିବ ଭକ୍ତ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ବିଶେଷ ମହପ୍ତ ରହିଛି ! ଶ୍ରାବଣ ମାସ ଭଗବାନ ଶିବଙ୍କର ଅତିପ୍ରିୟ ମାସ ! ଧାର୍ମିକ ମାନ୍ୟତାନୁସାରେ ଏହି ମାସରେ ଭଗବାନ ଶିବଙ୍କ ଅଭିଷେକ କରିବା ଖୁବ ଫଳଦାୟୀ ହୋଇଥାଏ ! ସେଥିପାଇଁ ଏହି ମାସରେ ଲୋକେ ରୁଦ୍ରାଭିଷେକ କରିଥାନ୍ତି ! ଏହି ମାସରେ ପୂଜାପାଠ ଦାନ ଧର୍ମ ଓ ପ୍ରାପ୍ତସାନ୍ନ ଆଦି କଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ! ଗୋଟିଏ ମାସ ପୁରା ବୋଲବମ ନାରାରେ ସାରା ବିଶ୍ୱ କମ୍ପି ଉଠିଲା ! ଶିବ ମନ୍ଦିର ଗୁଡିକରେ ରେ ଭକ୍ତ ଙ୍କ ଗହଳି ପୁରା ମାସସରା ଚାଲିଛି ଏହା ରାକ୍ଷୀ ପୂର୍ଣ୍ଣିମା ପର୍ଯନ୍ତ ଏଭଳି ଚାଲିବ । ଦୂରଦୂରାନ୍ତ କୁ ବୋଲବମ ଭକ୍ତ ମାନେ ଆସି ପାଣି ନେଇ ପଦ ଯାତ୍ରା କରି ଶିବ ମନ୍ଦିର ପରିସରକୁ ଆଶୀ ଜଳ ଅର୍ପଣ କରୁଛନ୍ତି ମହାଦେବଙ୍କୁ ! ଯୁଆଡେ ଗଲେ ବୋଲବମ ବୋଲବମ ନାରା ରେ ସାରା ସହର କମ୍ପି ଉଠିବ !ବୋଲବମ ପାଇଁ ଗତକାଲି ଠାରୁ ପ୍ରକମ୍ପିତ ହୋଇ ଉଠିଟିଥିଲା ଡାବୁଗାଁ ଅଞ୍ଚଳ।ଡାବୁଗାଁ ବଲବୋମ କମେଟି ପକ୍ଷରୁ କାଲି ରାତି ବୋଲବୋମ ଭକ୍ତଙ୍କ ରହିବା ଏବଂ ଖାଇବା ପାଇଁ ସମ୍ପୂର୍ଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା!