-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ) ସରକାର ବିକାଶ ର ଡିମଡିମି ପିଟୁଥିବା ବେଳେ ରାଜ୍ୟର ଶିକ୍ଷା ବିଭାଗ ଉପରେ ବିକାଶ ର ଦୃଷ୍ଟି ପଡୁନଥିବା ବେଳେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ, କୋଠରୀ ଅଭାବ ସମସ୍ୟା ଦେଖାଦେଇଛି। ଯାହାକି ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ିବା ରେ ଅସୁବିଧା ହେଉଛି ସେଥିପାଇଁ ଧନୀକ ଶ୍ରେଣୀର ଲୋକ ମାନେ ନିଜ ପିଲାଙ୍କୁ ପ୍ରାଇଭେଟ୍ ବିଦ୍ୟାଳୟ ରେ ପାଠ ପଢ଼ାଉଛନ୍ତି। ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ବେଲପଡା ପଞ୍ଚାୟତ ମାଲିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମୋଟ ୧୧୨ ଜଣ ପଢୁଛନ୍ତି। କିନ୍ତୁ ଦୁଃଖ ର ବିଷୟ ଏହି କି ସେଠି ମାତ୍ର ଦୁଇ ଜଣ ଶିକ୍ଷକ ନିଯୁକ୍ତି ଅଛନ୍ତି ଓ ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହ ମଧ୍ୟ ନାହିଁ। ଛାତ୍ରଛାତ୍ରୀ ମାନେ ଚାଲ ଖପର ଘରେ ପାଠ ପଢୁଥିବା ବେଳେ ଚାଲ ଛପର ଭାଙ୍ଗିବାକୁ ବସିଲାଣି। ଅନେକ ଦିନ ରୁ ବିଦ୍ୟାଳୟ କୋଠରୀ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ ହେଁ ପ୍ରଶାସନିକ
ଅଧିକାରୀ ମାନେ କର୍ଣ୍ଣପାତ କରୁନଥିବାରୁ ଆଜି ଲୋକେ ଉତ୍କ୍ଷିପ୍ତ ହୋଇ ବିଦ୍ୟାଳୟ ରେ ତାଳା ପକାଇଛନ୍ତି। ଏ,ବି,ଇ,ଓ ଚତୁର୍ଭୁଜ ମିର୍ଧା ଓ ଜଗବନ୍ଧୁ ମାଝି ଘଟଣା ସ୍ଥଳରେ ପହଞ୍ଚି ଲୋକ ଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ସମସ୍ୟାର ସମାଧାନ ହୋଇନାହିଁ।ଲୋକେ ଏକା ଜିଦ୍ ରେ ଅଡ଼ି ବସି ଆନ୍ଦୋଳନ ଜାରି ରଖିଛନ୍ତି।ଏ ବିଷୟରେ ଆମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପ୍ରତିକ୍ରିୟା ନେବାକୁ ଯାଇଥିବା ବେଳେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ ଓ କହିଥିଲେ ଯେ ଗୋଟିଏ ଦିନ ସମୟ ଦିଅନ୍ତୁ ମୁଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି। ଏବେ ଦେଖିବାକୁ ବାକି ରହିଲା କି କେବେ ମାଲିମୁଣ୍ଡା ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ଦୃଷ୍ଟି ପଡୁଛି।