-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2023
(ସଂଜୀବ ପାଣିଗ୍ରାହୀ )
ବରଗଡ ବ୍ଲକ ଅନ୍ତର୍ଗତ ବରପାଲି,ବେହେରା ଠାରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ୱର ଶିବ ମନ୍ଦିର ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବେହେରା ଗ୍ରାମ ର ସ୍ଵାଧୀନ ପଣ୍ଡା ଙ୍କ ମାଁ ପ୍ରମିଳା ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ଏହି ଶିବିର ରେ ର ସର୍ବମୋଟ୍ #୩୨ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଅନେକ ରକ୍ତ ଦାତା ପ୍ରଥମ ଥର ପାଇଁ ରକ୍ତ ଦାନ କରି ବହୁତ ଖୁସି ଅନୁଭବ କରିଥଲେ। ଏହି ଶିବିର କୁ ବେହେରା ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପାରିବାର ତରଫ ରୁ ବେହେରା ଗ୍ରାମବାସୀ ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ଶୁଭେଚ୍ଛୁ, ସହଯୋଗୀ ଓ ବେହେରା ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।