-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2023
ବଲାଙ୍ଗିର(ପ୍ରେରଣା ଖବର ): ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ନିରିହ ଲୋକଙ୍କ ଜୀବନ ଯାଉଛି l ସାମାନ୍ୟ ଅସାବଧାନତା ଯୋଗୁଁ ଏପରି ଅଘଟଣ ଦେଖିବାକୁ ମିଳିଛି ବଲାଙ୍ଗିର ସହରରେ l ଆଜି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ସୁଦ ପଡା ହନୁମାନ ମନ୍ଦିର ଛକ୍ ଠାରେ ଓଭର୍ ବ୍ରିଜ୍ କୁ ସଂଯୋଗ କରିଥିବା ରାସ୍ତା ପାଖରେ ଏକ ଅଜଣା ଚାରି ଚକିଆ ଯାନ ଧକ୍କା ରେ ଜନେ ବୃଦ୍ଧାକୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ପ୍ରାଣବାୟୁ ଉଡି ଯାଇ ଥିଲା l ବୃଦ୍ଧା ଙ୍କ ନାମ ହାଡ ସୁନା ଓ ତାଙ୍କ ଘର ପୁଇଁତଳା ଗାଁ ବୋଲି ଜଣାପଡିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି l ତେବେ ବୃଦ୍ଧା ଙ୍କ ବୟସ ପାଖାପାଖି ୫୫ -୬୦ ବର୍ଷ ହେବ ବୋଲି ଅନୁମlନ କରାଯାଉଛି l