-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ନାଟ୍ୟକାର ପ୍ରମୋଦ ତ୍ରିପାଠୀ ସ୍ମୃତି ସଂସଦ ପକ୍ଷରୁ ପ୍ରମୋଦନାମା ଆୟୋଜିତ

27-Aug-2023



ନାଟ୍ୟକାର ପ୍ରମୋଦ ତ୍ରିପାଠୀ ସ୍ମୃତି ସଂସଦ ପକ୍ଷରୁ ପ୍ରମୋଦନାମା ଆୟୋଜିତ


ସମ୍ବଲପୁର ତା ୨୭/୦୮,ଆଜି ପ୍ରମୋଦ ତ୍ରିପାଠୀ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ସମ୍ବଲପୁର କଳାକେନ୍ଦ୍ର ସଭାକକ୍ଷଠାରେ ପ୍ରମୋଦନାମା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନାଟ୍ୟବିତ ଡ.ଶ୍ୟାମ ସୁନ୍ଦର ଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ନାଟ୍ୟକର୍ମୀ ନାଟ୍ୟ ଚେତନା,ଭୂବନେଶ୍ୱର ସୁବୋଧ ପଟ୍ଟନାୟକ କହିଥିଲେ ଯେ,  ନାଟକର ଏକ ଭିନ୍ନ ଭାଷା ଥାଏ। ସଂଳାପ ଯେକୌଣସି ଭାଷାରେ ଥାଉନା କାହିଁକି ନାଟକର ଭାଷାରେ ଏକ ହୋଇଯାଏ। ଏହି ଭାଷା ହେଉଛି ଦେଖିବାର ଭାଷା। ନାଟକର ସଂଳାପରେ କିଛିମାତ୍ର ଶବ୍ଦ ମଧ୍ୟରେ ବହୁତ କିଛି ପ୍ରକାଶ କରିବାର କ୍ଷମତା ରହିଥାଏ। କୌଣସି ଅଂଚଳର ନିଜସ୍ବ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ହେଲେ ସେହି ଅଂଚଳର ସଂସ୍କୃତିରେ ରହିଥିବା ଉପାଦାନକୁ ଗୁରୁତ୍ତ୍ବ ଦେବା ଉଚିତ। ମାଟିର ଭାଷା ନେଇ ନାଟକ ଉପସ୍ଥାପିତ ହେଲେ ତାହା ମର୍ଯ୍ୟାଦା ସହ ଲୋକାର୍ଷଣକୁ ବରଣକରେ ଯାହା ତା’ର ସ୍ୱାତନ୍ତ୍ର୍ୟ ପ୍ରକଟ କରିବାରେ ସହାୟକ ହୋଇ ପାରିବ।ଏହି ଧାରା ଜାତୀୟସ୍ତରରେ ହେଉ ବା ଆନ୍ତର୍ଜାତୀୟ ସ୍ତରରେ ସବୁଠି ସମାନ। ସମ୍ମାନିତ ଅତିଥି କେଶରଞନ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ନାଟକର କେତେକ ଉପାଦାନ ସମଗ୍ର ବିଶ୍ୱରେ ସମାନ ହୋଇଥାଏ। ସବୁସ୍ଥାନରେ ନାଟକର ପ୍ରଦର୍ଶନକୁ ଗୁରୁତ୍ତ୍ବ ଦିଆଯାଏ। ଦର୍ଶକକୁ ଅନ୍ଧାରରେ ରଖି ମଂଚରେ କଳାକାର ଉପରେ ଆଲୋକ ଦେଇ ନାଟକକୁ ଦର୍ଶକମାନଙ୍କ ମାନସକୁ ପ୍ରବେଶ କରାଇବା ଏକ କଠିନ କାର୍ଯ୍ଯ। ଏସୀୟ ନାଟକର ପ୍ରାଚୀନତାର ନିଦର୍ଶନ ବେଦରେ ରହିଛି।ନାଟ୍ଯ ପରମ୍ପରା ବଳିଷ୍ଠ ନଥିଲେ ଭରତଙ୍କ ନାଟ୍ୟଶାସ୍ତ୍ର ରଚିତ ହୋଇ ପାରିନଥାନ୍ତା। ଓଡିଶାର ପ୍ରାଚୀନ ଶିଳାଲେଖରେ 'ସମାଜ' ଶବ୍ଦ ନାଟକ ଉଦ୍ଦେଶ୍ଯରେ ବ୍ୟବହୃତ ହୋଇଥିବା ଦେଖାଯାଏ। ଚାର୍ଲସ ଫେଡ୍ରିକ ପଶ୍ଚିମ ଓଡିଶାର ଲୋକସଂସ୍କୃତି ସଂରକ୍ଷଣକୁ କେରଳର ଲୋକସଂସ୍କୃତି ସଂରକ୍ଷଣ ପ୍ରକ୍ରିୟା ସହ ତୁଳନା କରିଛନ୍ତି। ଯାହାର ପ୍ରତିଫଳନ ନାଟକ ମାଧ୍ଯମରେ ହୋଇପାରିଛି । ଆଧୁନିକତାକୁ ବରଣକରି ହିଁ ପ୍ରୋସେନିୟମ ରଙ୍ଗମଞ୍ଚ ପାଇଁ ଓଡିଶାରେ ଆରମ୍ଭ ହେଲା ଯାହା ପାଶ୍ଚାତ୍ୟ ଧାରାର ଅନୁସରଣରେ ହୋଇଥିଲା ତେଣୁ ସମସ୍ତ ଆଧୁନିକ ଓଡିଆ ନାଟକକୁ ଆମେ ଆନ୍ତର୍ଜାତିକ ସ୍ତରରେ ବିବେଚନା କରି ପାରିବା। ତେବେ ଆମେ ନିଜ ସଂସ୍କୃତିକୁ ହିଁ ନେଇ ଆଗକୁ ବଢିବା ଓ ଆମକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠିତ କରିପାରିବା ବୋଲି ସେ କହିଥିଲେ।ସଭାପତିତ୍ୱ ଅଭିଭାଷଣରେ ଡ.ଧର ପ୍ରମୋଦ ତ୍ରିପାଠୀଙ୍କ ସମେତ  ସମ୍ବଲପୁର କେତେ ଜଣ ଦିବଂଗତ ନାଟ୍ୟ ପ୍ରତିଭା ରାଜେନ୍ଦ୍ର ପ୍ରସାଦ ପଣ୍ଡା,କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ,ଡ. ପଂଚାନନ ମିଶ୍ର, ରଣଜିତ ପଟ୍ଟନାୟକ ପ୍ରମୁଖଙ୍କ ସ୍ମୃତି ସଂସଦର ଆବାହକ ଡ.ଦ୍ୱାରିକାନାଥ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅଭିନେତ୍ରୀ ଅଞଳି ମହତ୍ତମ ଓ ଅଭିନେତା ସଞୀବ କୁମାର ମାଝୀଙ୍କୁ ପ୍ରମୋଦ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା ଓ ୰ପ୍ରମୋଦ ତ୍ରିପାଠୀଙ୍କ ନାଟକ “ରାଜକୀୟ” ଲୋକାର୍ପିତ ହୋଇଥିଲା।ଡ. ଗୌରିଦାସ ପ୍ରଧାନ ମାନପତ୍ର ପାଠ କରିଥିବା ବେଳେ ଆବାହକ ଧନ୍ୟବାଦ ଅର୍ପଣ କରିଥିଲେ।ଶତୃଘନଲାଲ ସାହା, ବୃନ୍ଦାବନ ମିଶ୍ର,ପ୍ରଶାନ୍ତ ମାଝୀ, ଅତିଶ କୁମାର ଶତପଥୀ,କମଳଲୋଚନ ପଣ୍ଡା,ଡ.ଗୋବିନ୍ଦ ମହାରଣା,ରମେଶ ଚନ୍ଦ୍ର ମିର୍ଦ୍ଧା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like