-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2023
ବଲାଙ୍ଗୀର, ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଝାରସୁଗୁଡା ବେଲପାହାଡ ସ୍ଥିତ ଜୁବୁଲି ହଲ ଠାରେ ଖେଲୋ ଇଣ୍ଡିଆ ରାଜ୍ୟ ମହିଳା ଉଷୁ ଲିଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୨୫୦ ରୁ ୩୦୦ ଖେଳାଳୀ ଯୋଗଦେବେ । ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ବଲାଙ୍ଗୀର ଜିଲ୍ଲାର ୧୪ ଜଣିଆ ମହିଳା ଉଷୁ ଦଳ ଚୟନ କରାଯାଇଛି । ଚୟନ ହୋଇଥିବା ଖେଳାଳୀମାନେ ହେଲେ ପ୍ରତିମା ନାଏକ , ସ୍ମୃତିରେଖା ଭୁଏ , ପ୍ରତିମା ପଟେଲ , ସୁହାନୀ ଗୁରହାଣ୍ଡି , ଅନାମିକା ଗୁରହାଣ୍ଡି , ବବି ଡାଙ୍ଗ , ସୁହାନା ବେହେରା , ପ୍ରତିମା ମେହେର , ରାଜଲକ୍ଷ୍ମୀ ମହାକୁର , ସୁହାନି ମେର୍ଲି , ବୈଷ୍ଣବୀ ମେହେର , ଅନୀତା ପାଣ୍ଡେ,ଆଦ୍ୟାଶା ସାହୁ ଓ ଦିଆ ସାଗର ବୋଲି ଜିଲ୍ଲ୍ାର ଉଷୁ କୋଚ୍ ଯୁଧିଷ୍ଟିର ଗୁରହାଣ୍ଡି ସୂଚନା ଦେଇଛନ୍ତି । । ଏହି ପ୍ରତିଯୋଗୀମାନଙ୍କୁ ଜିଲ୍ଲା ଉଷୁ ସଂଘର ସଭାପତି ସଭାପତି ତପନ ପାଣିଗ୍ରାହୀ ଓ ଉପସଭାପତି ବାବୁଲାଲ ନାଏକ ସଫଳ କାମନା କରିଛନ୍ତି ।