-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2023
କଣ୍ଟାବାଞ୍ଜି( ପ୍ରେରଣା ଖବର )
ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜି୨୦ସମିଟ ଭାରତରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଛି।ଏହି ଅବସରରେ ନିଫା ତରଫରୁ ସାରା ଦେଶରେ ପାଞ୍ଚଶହ ଯାଗାରେ ଆଜି ବସୁଧୈବ କୁଟୁମ୍ବକମର ନାରାଦେଇ ଗ୍ଳୋବାଲ ସାଇକେଲ ରାଇଡିଙ୍ଗ କରିବାର ନିଷ୍ପତ୍ତି ନିଆଯାଇଥିଲା।ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଠାରେ ନିଫା ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ଝରିଣୀ ଅନୁଷ୍ଠାନ ତରଫରୁ କଣ୍ଟାବାଞ୍ଜି ପୋଲିସ ଷ୍ଟେସନରୁ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ସାଇକେଲ ରେଲି ଅନୁଷ୍ଠିତ ହୋଇଥିଲା।ଏଥିରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ, ପ୍ରକୃତିପ୍ରେମୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ସହଯୋଗ କରିବା ସହିତ ଅଧ୍ୟକ୍ଷ ହରପ୍ରସାଦ ନାୟକ,ନାରାୟଣ ପ୍ରସାଦ ଅଗ୍ରୱାଲ, ରୋହିତ ଅଗ୍ରୱାଲ, ସାହାବାଜ ଖାନ,ସ୍ମିଥ ଦଳେଇ,ଲକ୍ଷ୍ମୀ ମୋଟେ,ଅମ୍ବିକା ହୋତା, ରୀନା ମେହେର, ଆରିଫ ମହମ୍ମଦ, ଜି ତିରୁମଲ୍ଲା,କୀର୍ତ୍ତନ ମେହେର, ଧୀରଜ ବେହେରା, ଏଚ ପନିକା, ଏସ ପଟ୍ଟନାୟକ, ଥମିର ଛତ୍ରିଆ, ଧନସିଂ ମାଝୀ, ଦୀନବନ୍ଧୁ ବଗର୍ତ୍ତୀ ସହଯୋଗ କରିଥିଲେ।