-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଦେଶ ବିଦେଶ

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ରୂପା ଦାଶଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା

25-Aug-2023



ନୂଆଦିଲ୍ଲୀ, ଆମେରିକାରେ ଅବସ୍ଥାପିତ ଭାରତୀୟ ଲେଖକ ରୂପା ଦାଶଙ୍କୁ ନିକଟରେ ଜାତୀୟ ରାଜଧାନୀ କ୍ଷେତ୍ରରେ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗାଜିଆବାଦଠାରେ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସୋସାଇଟିର ସଦସ୍ୟ, କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ। ଶ୍ରୀମତୀ ଦାଶ ଓ ତାଙ୍କର ଦଶ ବର୍ଷୀୟ ଆମେରିକାରେ ପଞ୍ଚମ କକ୍ଷରେ ଅଧ୍ୟୟନରତ ନକ୍ସାକାର କନ୍ୟା ଆୟାତି ଦାଶ କରଙ୍କୁ ୱାଓସୋର ମହିଳା ଶାଖାର ସଦସ୍ୟମାନେ ଭବ୍ୟ ସ୍ବାଗତ ଜଣାଇବା ସହିତ ପାରମ୍ପରିକ ଢଙ୍ଗରେ ପାଛୋଟି ନେଇଥିବା ଦେଖା ଦେଇଥିଲା।
ଏହି ଅବସରରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ଶ୍ରୀମତୀ ଦାଶଙ୍କର ଇଂରାଜୀ ଭାଷାରେ ଲିଖିତ ପୁସ୍ତକ " ଲିଡହର" କୁ  ଲୋକାର୍ପଣ କରିଥିଲେ। ବହୁ ଚର୍ଚ୍ଚିତ ଓ ବ୍ୟାପକ ଭାବେ ଆଦୃତ ଏହି ବହିଟିରେ ଶ୍ରୀମତୀ ଦାଶ, ବିଶ୍ଵର ବିଭିନ୍ନ ପ୍ରାନ୍ତରେ ତୃଣମୂଳ ସ୍ତରରୁ ନିଜ ନିଜର ଅନନ୍ୟ ପ୍ରତିଭା, ଅପାର ପାରଦର୍ଶିତା ଓ ଅସାମାନ୍ୟ ନିଷ୍ଠା ପ୍ରଦର୍ଶନ ପୂର୍ବକ ସଫଳତାର ଶିଖର ଛୁଇଁଥିବା ୬୦ ଜଣ ମହିୟସୀ ମହିଳାଙ୍କର ପେଶାଦାରୀ ସତ୍ୟ କାହାଣୀକୁ ସନ୍ନିବେଶିତ କରିଛନ୍ତି।  ନକ୍ସା ସମ୍ପର୍କୀୟ କୌଣସି ଆନୁଷ୍ଠାନିକ ଶିକ୍ଷାପ୍ରାପ୍ତ ନ କରିଥିଲେ ମଧ୍ୟ, ସମଗ୍ର ପୁସ୍ତକଟିର ସୁନ୍ଦର ଓ ସୃଜନଶୀଳ ଅଳଙ୍କରଣ ଆୟାତି କରିଛନ୍ତି।
 

ଉଭୟ ରୂପା ଦାଶ ଓ ଆୟାତି ଦାଶ କରଙ୍କୁ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳକ ପ୍ରଦାନ କରି ସମ୍ମାନୀତ କରିଥିଲେ। ସଭାରେ ସ୍ବାଗତ ଭାଷଣ ପ୍ରଦାନ କରି ଶ୍ରୀ ଦ୍ଵିବେଦୀ, ଶ୍ରୀମତୀ ଦାଶଙ୍କୁ ତାଙ୍କର ସାହିତ୍ୟିକ କୃତୀ ଏବଂ ବିଶ୍ଵଭରି ମହିଳା ସଶକ୍ତିକରଣ ସକାଶେ ନିରବିଛିନ୍ନ ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ। ଶ୍ରୀ ଦ୍ଵିବେଦୀ ଉଭୟ ଶ୍ରୀମତୀ ଦାଶ ଓ ଆୟାତିଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସମ୍ବର୍ଦ୍ଧନାର ଉତ୍ତର ଦେଇ ରୂପା ଦାଶ, ତାଙ୍କୁ ନୈତିକ ପ୍ରୋତ୍ସାହନ ଯୋଗାଇଥିବାରୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ଭବିଷ୍ୟତରେ ନାରୀ ଜାଗରଣ ନେଇ ତାଙ୍କର ଉଦ୍ୟମ ପ୍ରତି ସେ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ଶ୍ରୀମତୀ ଦାଶ ତାଙ୍କର ବ୍ୟବସାୟିକ ପ୍ରଶସ୍ତି ଓ ସାହିତ୍ୟିକ ସ୍ଵୀକୃତି ପାଇଁ ଆଧ୍ୟାତ୍ମିକ ସଂଯୋଗୀକରଣକୁ ଶ୍ରେୟ ପ୍ରଦାନ କରିଥିଲେ। ଶ୍ରୀମତୀ ଦାଶଙ୍କୁ ହାର୍ଦ୍ଧିକ ବଧାଇ ଜଣାଇଥିବା ଅନ୍ୟମାନଙ୍କ ମଧ୍ୟରେ ଡଃ ମନୋରଞ୍ଜନ ମହାନ୍ତି, ଅବନୀ ସାହୁ, ସୁଧୀର ଦାଶ, ନିର୍ମଳ ପଟ୍ଟନାୟକ, ଆଚାର୍ଯ୍ୟ ଅଭିମନ୍ୟୁ, ପୁଷ୍ପାଞ୍ଜଳି ବାରିକ, ରୀତା ପାତ୍ର, ବିମଳ ଭଲ, ବିଭୁ ପ୍ରସାଦ ସାହୁ, ଜ୍ଞାନ ଜେନା, ଅଳ୍ପନା ପଟ୍ଟନାୟକ, ସୁମନ୍ତ ବିଶ୍ଵାଳ, ଜୀତେନ୍ଦ୍ର ବେହେରା ଓ ନନ୍ଦନ ଦ୍ଵିବେଦୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ବନ୍ଧୁ ମିଳନର ବିଶେଷ ଆକର୍ଷଣ ସୁପ୍ରସିଦ୍ଧ ସଙ୍ଗୀତକାର ଆଚାର୍ଯ୍ୟ ଅଭିମନ୍ୟୁ, ଲବ୍ଧପ୍ରତିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ ଏବଂ ୱାଓସୋର ବ୍ୟଞ୍ଜନ ବିଭାଗର ଯୁଗ୍ମ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସୁମଧୁର ଓଡ଼ିଆ ଓ ହିନ୍ଦୀ ସଂଗୀତମାନ ଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like