-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ରାଜ୍ୟ

*ପ୍ରତି ବ୍ଲକରେ ବସଷ୍ଟାଣ୍ଡ ଘୋଷଣାକୁ ବିତିବ ତିନି ବର୍ଷ: ତିଆରି ହୋଇଛି ଲମ୍ବା ଚଉଡ଼ା ନକ୍ସା କିନ୍ତୁ ଶୂନ୍ୟରେ ଲଟକିଛି ମଡେଲ୍‌ ବସ୍‌ଷ୍ଟାଣ୍ଡ

13-Dec-2020



ଭୁବନେଶ୍ୱର,(ପ୍ରେରଣା ଖବର ବ୍ୟୁରୋ) : ତିଆରି ହେଲା ଲମ୍ବା ଚଉଡ଼ା ନକ୍ସା। ପ୍ରତିି ବ୍ଲକରେ ନିର୍ମାଣ ହେବ ଆଖିଝଲସା ବସଷ୍ଟାଣ୍ଡ। ଏଇ ବସ୍‌ଷ୍ଟାଣ୍ଡ ଭିତରେ ରହିବ ଚକାଚକ୍‌ ପ୍ରତୀକ୍ଷାଳୟ, ଅତ୍ୟାଧୁନିକ ଶୌଚାଳୟ, କମର୍ସିଆଲ୍‌ କମ୍ପେ୍ଲକ୍ସ ଆଉ ବିସ୍ତୀର୍ଣ୍ଣ ପାର୍କିଂ ଏରିଆ। ପ୍ରାୟ ୨ ଏକର ଜମିରେ ଏଭଳି ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ଘୋଷଣା କରିଥିଲେ ସରକାର।

ଉଦ୍ଦେଶ୍ୟ- ଗମନାଗମନ ବଢ଼ିବ, ସହରରୁ ଗାଁକୁ ଯୋଡ଼ି ହେବ ବସ୍‌ ସେବା । ଜିଲ୍ଲା ମୁଖ୍ୟାଳୟ ଓ ରାଜଧାନୀ ସହ ସଂଯୋଗ ହେବ ପ୍ରତି ବ୍ଲକ । କିନ୍ତୁ, କିଛି ହେଲାନି। ପ୍ରାୟ ୩ ବର୍ଷ ବିତିବାକୁ ବସିଥିବାବେଳେ କାଗଜ କଲମରେ ଅଟକିଛି ଏହି ଯୋଜନା। ଟେଣ୍ଡର ଓ ଜମି ଅଧିଗ୍ରହଣର ନାଁ ଗନ୍ଧ ନାହିଁ। ଶୂନ୍ୟରେ ଲଟକିଛି ମଡେଲ୍‌ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ ।

ଏ ପ୍ରକଳ୍ପ ବାହାରିଥିଲା ୨୦୧୮ ଫେବ୍ରୁଆରୀ ମାସରେ। ସରକାର ଏ ନେଇ ଘୋଷଣା କରିଥିଲେ । ପ୍ରକଳ୍ପ କାର୍ଯ୍ୟକାରୀ ଦାୟିତ୍ୱ ନେଇଥିଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) । ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକଳ୍ପ ପାଇଁ ପ୍ରତ୍ୟେକ ବ୍ଲକରେ ଦେଢ଼ରୁ ୨ ଏକର ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା । ମଡେଲ୍‌ ବସଷ୍ଟାଣ୍ଡରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ସହ ଟିକେଟ କାଉଣ୍ଟର, ଆଲୋକିକରଣ, ଡ୍ରେନେଜ୍‌, ଶୌଚାଳୟ ଓ ପାର୍କିଂ ବ୍ୟବସ୍ଥା ଉପଲବ୍ଧ ରହିବ ବୋଲି ସ୍ଥିର ହୋଇଥିଲା। ସେତେବେଳେ ସ୍ଥିର ହୋଇଥିଲା, ଯେଉଁ ବ୍ଲକରେ ପୂର୍ବରୁ ବସଷ୍ଟାଣ୍ଡ ଅଛି, ତାହାକୁ ଆଧୁନିକୀକରଣ କରାଯିବ । ବାକି ସବୁଠି ନୂଆ ବସଷ୍ଟାଣ୍ଡ ନିର୍ମାଣ ହେବ ।

*ପ୍ରଥମ ପର୍ଯ୍ୟାୟରେ ୫୧ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥିର ହେଲା। ଏହାର ତାଲିକା ମଧ୍ୟ ପ୍ରସ୍ତୁତ କରାଗଲା। ଶୀଘ୍ର ଜମି ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ବିଭିନ୍ନ ସମୟରେ ଓଏସ୍‌ଆରଟିସି ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜମି ମାଗିଛି। ମାତ୍ର ନା ଜିଲ୍ଲା ପ୍ରଶାସନ ଆନ୍ତରିକତା ଦେଖାଇଛନ୍ତି ନା ଓଏସଆରଟିସି ଏ ପ୍ରସଙ୍ଗକୁ ଗୁରୁତର ସହ ନେଇଛି। କେବଳ ଚିଠି ଲେଖି ହାତ ଟେକିଛି ଓଏସ୍‌ଆର୍‌ଟିସି । ଏ ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲାର ସୂଚନା ଅଧିକାର କର୍ମୀ ଶଙ୍କର ପାତ୍ର ବାରମ୍ବାର ଆରଟିଆଇ ଜରିଆରେ ସରକାରଙ୍କୁ ତଥ୍ୟ ମାଗିଛନ୍ତି । ଏହି ତଥ୍ୟରୁ ଜଣାପଡ଼ିଛି, ଅଢ଼େଇ ବର୍ଷ ପରେ ମଧ୍ୟ ପ୍ରକଳ୍ପ ଇଞ୍ଚେ ଆଗେଇନି । କେବଳ ଚିଠିରେ ଚିଠିରେ ଚାଲିଛି ପ୍ରକଳ୍ପ ପ୍ରକ୍ରିୟା ।

ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ରାଜ୍ୟ ସରକାର ଏବେ ବିଶେଷ ଧ୍ୟାନ ଦେଉଛନ୍ତି । ମାତ୍ର ପ୍ରାୟ ୩ ବର୍ଷ ତଳେ ଘୋଷଣା ହୋଇଥିବା ବ୍ଲକ ୱାରି ମଡେଲ୍‌ ବସ୍‌ଷ୍ଟାଣ୍ଡ ପାଇଁ ଏଯାଏଁ କିଛି ହୋଇପାରିନି । ଏବେ ବି ରାଜ୍ୟର ଅନେକ ଅଞ୍ଚଳ ଗମନାଗମନ କ୍ଷେତ୍ର ଏକରକମ ଅପହଞ୍ଚ ହୋଇପଡ଼ିଛି । ବସ୍‌ ସେବା ସବୁ ଅଞ୍ଚଳକୁ ଛୁଇଁପାରିନି । ବସଷ୍ଟାଣ୍ଡ ନଥିବାରୁ ବିଭିନ୍ନ ବ୍ଲକକୁ ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହୋଇପାରୁନି । ନା ବସ ରହଣୀ ପାଇଁ ବ୍ୟବସ୍ଥା ଅଛି ନା ଯାତ୍ରୀ ପ୍ରତୀକ୍ଷା ପାଇଁ କିଛି ରହିଛି ।

ଓଏସ୍‌ଆରଟିସି କର୍ତ୍ତୃପକ୍ଷ କହିଛନ୍ତି, ଜମି ମିଳିନଥିବାରୁ ବ୍ଲକ ୱାରି ମଡେଲ୍‌ ବସଷ୍ଟାଣ୍ଡ ହୋଇପାରୁନି । ନିକଟରେ ସମସ୍ତ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରାଯାଇ ଜମି ମଗାଯାଇଛି । ଯେଉଁଠି ପ୍ରଥମେ ଜମି ମିଳିବ, ସେଠାରେ ପ୍ରଥମେ କାମ ଆଗେଇବ । ଅପରପକ୍ଷରେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନକୁ ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେତେକ ବୃହତ ବ୍ଲକରେ ନିର୍ମାଣ ହେବ ବସଷ୍ଟାଣ୍ଡ । ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ୧୦ରୁ ୧୫ଟି ବ୍ଲକରେ କାମ ଆରମ୍ଭ ହେବ । ଏ ଦିଗରେ ମାସେ ଦୁଇମାସ ହେବ ଜୋରସୋରରେ ପ୍ରକ୍ରିୟା ଚାଲିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like