-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
12-Dec-2020
ହାଇଦ୍ରାବାଦ୍(ପ୍ରେରଣା ଖବର) : ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ରେ ଥିବା ଏକ ଔଷଧ କମ୍ପାନୀରେ ଶନିବାର ନିଆଁ ଲାଗି ଯାଇଛି। ଏତେ ଜୋରରେ ନିଆଁ ଜଳୁଛି ଯେ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ। ଅଗ୍ନିକାଣ୍ଡରେ ୮ ଜଣ ଲୋକ ଜଳି ଯାଇଥିବା ଆଶଙ୍କା କରାଯାଉଛି ।
ନିଉଜ ଏଜେନ୍ସ ANI ତଥ୍ୟ ଅନୁଯାୟୀ, ବିନ୍ଧ୍ୟା ଅର୍ଗାନିକ୍ସର ଏହି ୟୁନିଟ୍ ସାଙ୍ଗାରେଡ୍ଡି ଜିଲ୍ଲାର ବୋଲ୍ଲାରମ ଉଦ୍ୟୋଗିକ କ୍ଷେତ୍ରରେ ଅବସ୍ଥିତ। ଶନିବାର ଦ୍ୱିପହରରେ ହଠାତ୍ ଏଠାରେ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିବାର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ।