-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
29-Jul-2023
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନିକଟରେ ଆଜି ଅଜଣା ଗଡି ଧକାରେ ଗୋଟିଏ ଗର୍ଭୁଣି ହରିଣ ଗୁରୁତର ଆହାତ ହୋଇ ରାସ୍ତାରେ ଛଟପଟ ହେଉଥିବା ବେଳେ ଥାନା କର୍ମଚାରୀ ମାନେ ହରିଣକୁ ଉଦ୍ଧାରକରି ପୋଲିସ ଭେନ ଯୋଗେ କବିସୂର୍ଯ୍ୟନଗର ପ୍ରାଣୀ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି l ଗୁରୁତର ଆହାତ ହରିଣ ଟିର ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବନବିଭାଗ କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l ତେବେ ଏହି ସ୍ଥାନରେ ଅନେକ ସମୟରେ ହରିଣ ଓ କୃଷ୍ଣସାର ମୃଗ ରାସ୍ତା ପାରହେବା ବେଳେ ସଡ଼କ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ହେଉଥିବା ନଜିର ରହିଛି l ବନବିଭାଗ ଏହି ନିରୀହ ପ୍ରାଣୀଙ୍କ ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ନେବାକୁ ସାଧାରଣରେ ଦାବିହେଉଛି l