-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
29-Jul-2023
ମୁରିବାହାଲ (ସୁଦାମ ଚରଣ ବଘାର )
ମୁରିବାହାଲ ବ୍ଲକ ସଭାଗୃହ ଠାରେ "ଆମ ଓଡ଼ିଶା ନବୀନ ଓଡ଼ିଶା " ବିଧାୟକ ସନ୍ତୋଷ ସିଂହ ସାଲୁଜା ଙ୍କର ଉପସ୍ଥିତି ରେ ନିର୍ଦ୍ଦେଶାବଳୀ ର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା ।ଯୋଜନାର କାର୍ଯ୍ଯଖସଡା ଜନପ୍ରତିନିଧି ଓ ଜନ ସାଧାରଣ ଙ୍କ ଉପସ୍ଥିତି ରେ ତର୍ଜମା କରାଯାଇ ଏହି କାର୍ଯ୍ୟକ୍ରମ କୁ ସରକାର ଙ୍କ ଠାରେ ଉପସ୍ଥାପନ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ । ବ୍ଲକ ବରିଷ୍ଠ କିରାଣି ଉପସ୍ଥିତ ରହି ପଞ୍ଚାୟତ ଗୁଡିକ ରୁ ଆସିଥିବା କାର୍ଯ୍ୟ ଖସଡା କୁ ନିର୍ଦ୍ଦେଶାବଳୀ ହିସାବ ରେ ହେଇଛି ନା ନାହିଁ ତାହା ଦେଖିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ଗୋପୀନାଥ ପାଣିଗ୍ରାହୀ ସରପଞ୍ଚ ସଂଘ ସଭାପତି ବିଶ୍ବବିହାରୀ ଯୋଷି ସମିତି ଚକ୍ରଧର ହେର୍ଣ୍ଣା ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର ଉପସଭାପତି ବିଭିଷଣ ମହାନନ୍ଦ ଯଦୁପତି ଅଗସ୍ତି ଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ୱାର୍ଡ ସଭ୍ଯ ଓ ଜନସାଧାରଣ ଉପସ୍ଥିତ ଥିଲେ ।