-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
27-Jul-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )::ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଥିବା ବେଳେ ଉଲୁଣ୍ଡା ବ୍ଲକ୍ ବିଶିପଡ଼ା ଠାରେ ଏକ ହୁଣ୍ଡାଇ କାର କୁ ସନ୍ଦେହ ରେ ଅଟକାଇଥିଲେ l ଅବକାରୀ ବିଭାଗ ର ଯାଞ୍ଚ ପରେ କାରରେ ୨୧ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରୁ ଏକ କାରରେ ଅଭିଯୁକ୍ତ ଛତିଶଗଡ଼ ର ରିଶବ ନିଶାଦ (୨୯ ) ବର୍ଷୀୟ ଯୁବକ ଏହି ଗଞେଇ ଚାଲାଣ କରୁଥିବା ବିଭାଗ ସୂଚନା ଦେଇଛି। ଏହି ଘଟଣାରେ ରିଶବ କୁ ଗିରଫ କରିବା ସହ ଗଞେଇ ନେଇ ଯାଉଥିବା ବିଭିନ୍ନ ନମ୍ବର ପ୍ଲେଟ ଥିବା କାର କୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ଆଜି ରିଶବ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଅବକାରୀ ଆରକ୍ଷୀ ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇ ଛନ୍ତି।