-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
26-Jul-2023
ବଲାଙ୍ଗୀର, (ବିନୋଦ କୁମାର ଦୀପ) : ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସର ନୂତନ ସଭାପତି ଭାବେ ଗଣେଶ କୁମାର ସାହୁ ଅଧିକ ମାତ୍ରାରେ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି l ଅନୁଷ୍ଠିତ ଏହି ମତଦାନ ପ୍ରକ୍ରିୟାରେ ମୋଟ ୫୬୧୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଙ୍କୁ ପ୍ରାୟ ୧୯୯୦ ଟି ଭୋଟରେ ପରାଜିତ କରି ଜିଲ୍ଲା ଯୁବ କଂଗ୍ରେସର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ଶ୍ରୀ ଗଣେଶ ସାହୁ ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ପଂଚାୟତର ଜଣେ ପୂର୍ବତନ ସରପଞ୍ଚ l ଶ୍ରୀ ସାହୁ ନୂତନ ଭାବେ ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ର ସୁଅ ଛୁଟିବା ସହ ଅଂଚଳ ରେ ଖୁସିର ମାହୋଲ ସୃଷ୍ଟି ହୋଇଛି l