-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗା   (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||     

HOME   ଜିଲ୍ଲା

ଅପହରଣ ଓ ଆତ୍ମହତ୍ୟାପାଇଁ ପ୍ରବର୍ତ୍ତାଇବା ଦଫା ଲଗାଇଲା ପୁଲିସ୍ : ସହପାଠିନୀ ଇନଷ୍ଟାଗ୍ରାମ୍ ଫଲୋଅର୍ ବୃଦ୍ଧି ପାଇଁ ଦେଇଥିଲା ୧୧ ଲକ୍ଷ

19-Jul-2023



ବଲାଙ୍ଗୀର ( ମଳୟ ମିଶ୍ରଙ୍କ ରିପୋର୍ଟ  )  କଣ୍ଟାବାଞ୍ଜି ସହରର ଛାତ୍ର ନାବାଳକ ଲଳିତ ଜୈନ ମୃତ୍ୟୁମାମଲାରେ ହତ୍ୟା ଅଭିଯୋଗ ହୋଇଥିଲା । ତେବେ ଏହାକୁ ଆରମ୍ଭରୁ ଜିଆରପି ଓ ନିଖୋଜ ମାମଲା ଋଜୁ କରି ଆତ୍ମହତ୍ୟାର ରୂପ ଦେଇ ପୋଷ୍ଟମର୍ଟମ୍ କରାଇ ନଥିବା ପୁଲିସ୍ ଶେଷରେ ଗଣମାଧ୍ୟମ ଓ ସ୍ଥାନୀୟ ବିଭିନ୍ନ ସଂଗଠନର ଚାପ ଏବଂ  ମୃତନାବାଳକର ବାପ ପ୍ରମୋଦ ଜୈନଙ୍କ ହତ୍ୟାଅଭିଯୋଗ କ୍ରମେ ଏସ୍ ପିଙ୍କ ନିର୍ଦ୍ଦେଶରେ  ଘଟଣାରେ ଜଡିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଏହି ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜି ସହରର ବ୍ୟବସାୟୀ ବିଶାଲ ମିତ୍ତଲ ଅଗ୍ରବାଲ ଓ ତାଙ୍କ ଭାଇ ବିକାଶ ମିତ୍ତଲ ଅଗ୍ରବାଲ । ମୃତ ନାବାଳକ ଛାତ୍ର ଲଳିତ ଜୈନଙ୍କ ବାପା ପ୍ରମୋଦ ଜୈନ ପ୍ରଥମେ ଥାନାରେ ନିଖୋଜଏତଲା ଓ ପରେ ପୁଅର ରେଳଧାରଣାରୁ ମୃତଦେହ ଉଦ୍ଧାର ପରେ  ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ଏହାପୂର୍ବରୁ ଗତ ୧୨ ତାରିଖରେ ଲଳିତକୁ ତା' ସହ ସ୍ଥାନୀୟ ଲାୟନ୍ସ ପବ୍ଲିକ୍ ସ୍କୁଲ୍ ରେ ସହପାଠିନୀ ଜଣେ ଛାତ୍ରୀର ବାପା ବିଶାଲ ମିତ୍ତଲ ଅଗ୍ରବାଲ ଡକାଇ ନେଇ ତାଙ୍କ ସାମ୍ନାରେ ସ୍ଥାନୀୟ ଆଲିଶାନ ଲାଇଫ୍ ଷ୍ଟାଇଲ୍ ହୋଟେଲରେ ଏକ କୋଠରୀରେ ଅଟକ ରଖି ମାଡମାରି ତାର ମୋବାଇଲ୍ ଲୁଟି ରଖି ୩ ଲକ୍ଷଟଙ୍କା ଦେବାକୁ ଚୁକ୍ତି ଲେଖାଇନେବା ପରଦିନଠାରୁ ଲଳିତ ନିଖୋଜ ଥିଲା । 
ସବୁଠାରୁ ବିଚିତ୍ର କଥା ଯେ , ଗତ ୧୩ ତାରିଖରେ କୁକୁଡାହାଡ ଗ୍ରାମ ନିକଟସ୍ଥ ରେଳଲାଇନରୁ ଲଳିତର ମୃତଦେହକୁ ଜିଆରପି ଉଦ୍ଧାର ବିନା ପୋଷ୍ଟମର୍ଟମ୍ ରେ ସେହିଦିନ ତରବରିଆ ଭାବେ କାହାକୁ ନ ଜଣାଇ ପୋତିଦେଇଥିଲା । ସେହିପରି ଥାନାରେ ସେ ଦେଇଥିବା ନିଖୋଜ ଏତଲା ସତ୍ତ୍ୱେ ପୁଲିସ୍ ନୀରବ ଥିବା ଓ ପରେ ହଲ୍ଲାହେବାରୁ ବାଧ୍ୟ ହୋଇ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ମାଟିଖୋଳି ପୁଣିଥରେ ଶବ ଉଦ୍ଧାର କଲାପରେ ଶବ ଦେହରେ ଚଡି ପିନ୍ଧିଥିବା ଦେଖି ମଧ୍ୟ ପୋଷ୍ଟମର୍ଟମ୍  ନ କରି ପୋଡିବାକୁ ନିର୍ଦ୍ଦେଶ ଦେଇଥିଲା । ଏହାପଛରେ ଜିଆରପି , ପୁଲିସ୍ ଓ ଜାଲ୍ ଶବବ୍ୟବଚ୍ଛେଦ ରିପୋର୍ଟ ଦେଇଥିବା ଡାକ୍ତରମାନେ କେତେକ ସ୍ଥାନୀୟ ରାଜନେତା ବା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଚାପରେ ଏକ ବ୍ଲାକ୍ ଡିଲ୍ କରାଯାଇଥିବା ଅଭିଯୋଗ ପ୍ରକାଶ ପାଇଥିଲା । 
ଏହି ଘଟଣାରେ 'ପ୍ରେରଣା ' ସମେତ ଅନ୍ୟ ଏକ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ଘନ ଘନ ଖବର ଓ  ଅଭିଯୋଗ ପ୍ରକାଶ କରିବାରୁ  ଏବଂ 'ପ୍ରେରଣା 'ର ସବିଶେଷ ତଥ୍ୟ ପ୍ରକାଶ ନିମନ୍ତେ ବଲାଙ୍ଗୀର ଏସ୍ ପି  ଅତିରିକ୍ତ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୁଲିସ୍ କୁ ଏହାର ଆଉଥରେ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଯାୟୀ , ଆଜି କଣ୍ଟାବାଞ୍ଜି ଥାନାରେ ପୁଲିସ୍ ଉକ୍ତ ଝିଅର ବାପା ବିଶାଲ ମିତ୍ତଲ ଅଗ୍ରବାଲ ଓ ତାଙ୍କ ଭାଇ ବିକାଶ ମିତ୍ତଲ ଅଗ୍ରବାଲଙ୍କୁ ଥାନାକୁ ଆଣି ଜେରା କରାଯାଇ ଶେଷରେ ଅପହରଣ , ଧମକଚମକ ଓ  ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫାରେ  ଗିରଫ କରି କୋର୍ଟଚାଲାଣ କରିଥିବା ପ୍ରକାଶ ।  
ଏହାପଛର କାରଣ ସ୍ବରୂପ , ପ୍ରଥମେ 'ପ୍ରେରଣା ' ପ୍ରକାଶ କରିଥିବା ଉକ୍ତ ଛାତ୍ରୀଙ୍କ ଇନଷ୍ଟାଗ୍ରାମ୍ ଫଲୋଅର୍ ବୃଦ୍ଧି ପାଇଁ ସହପାଠୀ ଛାତ୍ର ମୃତ ନାବାଳକ ଲଳିତଜୈନକୁ ୧୧ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ଦେଇଥିବା ଓ ଟଙ୍କା ଅସୁଲି କରିବାକୁ ଅଭିଯୁକ୍ତମାନେ ରକ୍ତମୁହାଁ ହୋଇ ଉଠିଥିବା ଚର୍ଚ୍ଚା ପ୍ରକାଶ ପାଇଥିଲା । ଏଣୁ ଲୋକେ ଏହାକୁ 'ପ୍ରେରଣା ' ସମେତ ଅନ୍ୟାନ୍ୟ ଗଣମାଧ୍ୟମ ଓ ସ୍ଥାନୀୟ ବିଭିନ୍ନ ସଂଗଠନର ପ୍ରଭାବ ବୋଲି କହୁଥିବା ପ୍ରକାଶ ।କିନ୍ତୁ ପୁଲିସ୍ ବିନା ଶବବ୍ୟବଚ୍ଛେଦ ଓ ହତ୍ୟା ଅଭିଯୋଗକୁ ଏଡାଇ ଏଭଳି ଦଫାରେ ଗିରଫ କରି ଦାୟିତ୍ୱ ସାରିଦେବା ଘଟଣାକୁ ଲୋକେ ନାପସନ୍ଦ କରି ଏହି ମାମଲାରେ ଅନ୍ୟମାନଙ୍କ ସମ୍ପୃକ୍ତି ଓ ପ୍ରକୃତ ଘଟଣାର ଅଧିକ ତଦନ୍ତ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗା   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026

You Might Also Like

  ଜିଲ୍ଲା  

*ଡାବୁଗା