-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
16-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା କଣ୍ଟାବାଞ୍ଜି ଗୁଡିଘାଟ ରାସ୍ତା ରେ ପୁଡାପାଲି ଛକ ଠାରେ ଶୁକ୍ରବାର ରାତିରେ ଫାଇନାନ୍ସ କର୍ମଚାରୀ ନବୀନ ଭୋଇ ଙ୍କୁ ଛୁରାମାଡ ହୋଇଥିଲା। ସୂଚନା ଅନୁସାରେ ବାନ୍ଦୁପଲା ପଂଚାୟତ ର ବାନ୍ଦୁମୁଣ୍ଡା ଗାଁର ନବୀନ ଭୋଇ ଖର୍ସେଲବାଞୀ ଗ୍ରାମରୁ ଜମାଟଙ୍କା ସଂଗ୍ରହ କରି ବେଲପଡା ଥାନା ଚାଚେରବେଙ୍ଗ ଗାଁର ଅଜିତ ମେହେର ଙ୍କ ସହ ବାଇକ ରେ ଫେରୁଥିଲେ। ପୁଡାପାଲି ଛକ ଠାରେ ୩ ଜଣ ଦୁର୍ବୁତ୍ତ ଏମାନଙ୍କୁ ଲୁଟ ଉଦ୍ଯେଶରେ ଅଟକାଇ ନବୀନଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲେ। ଏହି ସମୟରେ ପତ୍ରାପାଳି ଗାଁର କିଛି ଯୁବକ କଣ୍ଟାବାଞ୍ଜି ରୁ ଫେରୁଥିବା ଦେଖି ଦୁର୍ବୁତ୍ତ ମାନେ ବାଇକ ଛାଡି ଫେରାର ହୋଇ ଯାଇଥିଲେ। ମୁରିବାହାଲ ପୁଲିସ ଘଟଣାର ତଦନ୍ତ କରି ଶନିବାର ୩ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ମାନେ ହେଲେ ଟିକ୍ରାପଡାର ଶୁଭମ ରାଜପଲିଆ ( ୨୪) , ଧୁମାଭଟା, ଖଲଖଲି ଗ୍ରାମ ର ଅଜେ ନାଗ (୨୧) ଓ ଖର୍ସେଲବାଞୀ ଗ୍ରାମର ସାଧୁ ବଏ , ଜାମିନ ଆବେଦନ ନାମନ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣାଯାଏ।