-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
16-Jul-2023
ବଲାଙ୍ଗିର- ଯାଦବ ଭବନ ଠାରେ ସ୍ୱାଭିମାନ ପରିବାର ର ବାର୍ଷିକ ବୈଠକ ସ୍ୱାଭିମାନ ପରିବାର ର ସଭାପତି ରମ୍ୟ ରଞ୍ଜନ ସାହୁ, ସମ୍ପଦକ ରିକୁନ ମିଶ୍ର, ସହ-ସଂପାଦକ ସଞ୍ଜୀବ ସାହୁ ଏବଂ ସ୍ୱାଭିମାନ ପରିବାରର ମାର୍ଗଦର୍ଶକ ଟୁନା ମିଶ୍ର ଙ୍କ ତତ୍ୱାବଧାନରେ ହୋଇଥିଲା । ଏହି ସଭାରେ ସ୍ୱାଭିମାନ ପରିବାରର ବର୍ଷକ ମଧ୍ୟରେ ହୋଇଥିବା ସାମାଜିକ କାମ, ଆଗାମି ଭବିଷ୍ୟତରେ ହେବାକୁ ଯାଉଥିବା କାମ କୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ସଭାପତି ସୁଦାମ ମେହେର, ବ୍ଲକ ସମ୍ପାଦକ ବାଳଗୋପାଳ ମିଶ୍ର, କଣ୍ଟାବାଞ୍ଜି ବ୍ଲକ ସଭାପତି ରାଜୁ ବାରିକ, ବ୍ଲକ ସମ୍ପାଦକ ସୋମନାଥ ଭୋଇ ଏବଂ ବେଲପଡା ବ୍ଲକ ସଭାପତି ଜନାର୍ଦ୍ଦନ ସିଂ ଏବଂ ସମ୍ପାଦକ ସିପୁନ ଖମାରି ଙ୍କୁ ଚୟନ କରାଯାଇ ତାଙ୍କ ବ୍ଲକର କାର୍ଯ୍ୟାଭାର ଦିଆଯାଇଥିଲା । ଏହାକୁ ଆମ ପରିବାରର ସକ୍ରିୟ ସଦସ୍ୟ ସୁବାସ ମଟାରୀ, ଆଶିଷ ଶତପଥି, ଯୋଗେଶ ସାହୁ, ମନିଷ ସାହୁ, ସୌରଭ ବିଶ୍ୱାଳ, ଅରୁଣ ଶର୍ମା, ଜିତୁ ନାୟକ, ସୁଶାନ୍ତ ପଧାନ, ଆଲୋକ ପଟେଲ, ଅଲେକ୍ସ ଡାଙ୍ଗ, ଜ୍ୟୋତି ପଟେଲ, ଚକ୍ରଧର ମେହେର ଏବଂ ପରିବାରର ଅନ୍ୟ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।