-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
16-Jul-2023
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ରାଆଣ୍ଡି ଛକ ନିକଟରେ ଗୋଟିଏ ଯାତ୍ରୀବାହି ମିନିବସ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଆରୋହୀ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି l ମୃତ ବ୍ୟକ୍ତି ଜଣଙ୍କ ତିରିବିରି ଗ୍ରାମ ର ପଟିଆ ପ୍ରଧାନ ହୋଇଥିବା ବେଳେ ନକୁଳ ପ୍ରଧାନ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି l ଉଭୟ ଗୋଟିଏ ପରିବାର ର ବାପା ପୁଅ ହୋଇଥିବା ବେଳେ ସେ ନିଜ ଗ୍ରାମ ରୁ ପୋଲସରା ଅଭିମୁଖେ ଆସିବା ସମୟରେ ରାଆଣ୍ଡି ଛକ ନିକଟରେ ଏହି ଦୁର୍ଘଟଣା ଟି ଘଟିଥିଲା l ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାରକରୀ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ପଟିଆ ପ୍ରଧାନ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଗୁରୁତର ନକୁଳ ପ୍ରଧାନ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥନାନ୍ତର କରାଯାଇଥିବା ସୂଚନାମିଳିଛି l ଅନ୍ୟପଟେ ଖବରପାଇ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତକରି ତଦନ୍ତ ଆରମ୍ଭକରିଛି l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ )