-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ବଲାଙ୍ଗିର,(ପ୍ରେରଣା ଖବର): ଗତ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଶାସ୍ତ୍ରୀନଗର ସ୍ଥିତ ଏସବି ନିରତାର ନିକଟ ଗଳିର ଏକ ଘରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ମୃତକଜଣଙ୍କ ମକରଧ୍ଵଜ ନାଗଙ୍କ ଝିଅ ଶେଷାଦ୍ରି ବୋଲି ଜଣାପଡିଥଲା | ଆଜି ଟାଉନ ପୁଲିସର ଉପସ୍ଥିତିରେ ମୃତକଙ୍କ ଶବ ବ୍ୟବଚ୍ଛେଦ ସମ୍ପନ୍ନ ହୋଇଛି | ଆଉ ନିଜ ଝିଅର ମୃତ୍ୟୁରେ ଭାଂଗିପଡ଼ିଥିବା ବାପା ମକରଧ୍ଵଜ ଓ ପଡ଼ାବାସୀ ହତ୍ୟାକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ପାଇଁ ଦାବି କରିଛନ୍ତି | ସୂଚନାଯୋଗ୍ୟ, ସେଷାଦ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଗତକାଲି ଉଦ୍ଧାର ହୋଇଥିଲା | କେହି ଦୁର୍ବୃତ୍ତ ତାଙ୍କ ଗଳାକାଟି ହତ୍ୟା କରିଥିବା ବାପା ମକରଧ୍ଵଜ ଅଭିଯୋଗ କରିଥିଲେ | ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିଲା | ଖୋଦ ଏସପି ରିଷିକେଶ ଖିଲାରୀ ମଧ୍ୟ ସେଠାରେ ପହଁଚି ସ୍ଥିତି ଯାଞ୍ଚ କରିଥିଲେ | ତେବେ ଯଦି ଏହା ହତ୍ୟା ତେବେ ଏହା କେଉଁ କାରଣରୁ ହୋଇଛି ତାହା ଜଣାପଡିନଥିବା ବେଳେ ପ୍ରେମକୁ ନେଇ ଶେଷାଦ୍ରୀକୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି |