-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ବଲାଙ୍ଗିର(ପ୍ରେରଣା ଖବର ): ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଘଷିଏନକୁ ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦାବି ଜୋର ଧରିଛି | ଆଜି ଘଷିଏନ ଅଞ୍ଚଳର ଶତାଧିକ ଜନସାଧାରଣ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଜନସଂଖ୍ୟା ହିସାବକୁ ଦେଖିଲେ ଘଷିଏନ ପାଟଣାଗଡ଼ ଉପଖଣ୍ଡର ଏକ ବଡ଼ ଅଞ୍ଚଳ | ଏଠାରେ ୧୧ଟି ୱାର୍ଡ ରହିଛି | ସେହିପରି ଚାରୋଟି ରାଜସ୍ୱ ସର୍କଲ ଅଛି | ଏହି ଅଞ୍ଚଳ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଜୁ କେବିକେର ଅନ୍ତର୍ଗତ ଅଟେ | ସବୁ ଦୃଷ୍ଟିରୁ ଦେଖିଲେ ଘଷିଏନ ବ୍ଲକ ମାନ୍ୟତା ପାଇବା ପାଇଁ ହକଦାର ବୋଲି ଅଞ୍ଚଳ ବାସୀ କହିଛନ୍ତି |