-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ରାଜ୍ୟରୁ ଆଖିପିଛୁଳାକେ ଗାଏବ ହେଉଛନ୍ତି ପିଲା; ନେଉଛି କିଏ ?

11-Dec-2020



(ପ୍ରେରଣା ଖବର) ନୟାଗଡ : ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଅଭିଯୋଗ ନୟାଗଡ଼ର କୁନିଝିଅ ପରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ । କେବଳ ଗତବର୍ଷ ରାଜ୍ୟରୁ ୪ ହଜାର ୩୧୫ ଶିଶୁ ନିଖୋଜ ହୋଇଥିବା ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ, NCRB କିଛିଦିନ ତଳେ ତଥ୍ୟ ଦେଇଛି ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୨ ଜଣ ଶିଶୁ  ଆଉ ବେଫିକର୍ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ।  ଏବେ ହଠାତ୍ ଚେଇଁଉଠି କହୁଛି ପୋଲିସଠୁ ତଥ୍ୟ ଆଣି ତିନି ମାସିଆ ଆକଳନ କରିବେ… ଟିକେ ମନେପକାନ୍ତୁ ତ ପାଖାପାଖି ୪ବର୍ଷ ତଳର ଚର୍ଚ୍ଚିତ ସିସିଟିଭି ଫୁଟେଜକୁ ।  ୨୦୧୭, ମାର୍ଚ୍ଚ ୨୪ ତାରିଖ ରାତି ଅଧରେ କେମିତି କୌଶଳକ୍ରମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଏକ ନବଜାତ ଶିଶୁକୁ ଚୋରି କରି ନେଇଯାଇଥିଲେ ଜଣେ ମହିଳା । ସ୍ପଷ୍ଟ ଭାବେ କଏଦ ହୋଇଥିଲା ସେ ଦୃଶ୍ୟ । ଦୀର୍ଘ ୩ ବର୍ଷ ୧୦ ମାସ ବିତିବା ପରେ ବି ଚୋରି ଯାଇଥିବା ଶିଶୁକୁ ଉଦ୍ଧାର କରିପାରିନି ପୋଲିସ୍ ।
କି ପ୍ରଶାସନ ଆଉ ମେଡିକାଲ ବେଡରେ ପୁଅକୁ ଫେରି ପାଇବା ଆଶାରେ କିଛି ମାସ ଅପେକ୍ଷା କରି ନିରାଶ ହୋଇ ଘରକୁ ଫେରିଗଲେ ଯୁଜୁମରାର ଅନିରୁଦ୍ଧ ଭୋଇ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି । ମେଡିକାଲରୁ ଜିଲ୍ଲାପାଳ, ସମସ୍ତଙ୍କୁ ଗୁହାରି କରି କରି ଫେଲ୍ ମାରିବା ପରେ ଶେଷରେ ନାତି ମୁହଁ ଦେଖିବାର ଆଶା ଛାଡ଼ି ଦେଇଛନ୍ତି ଚୋରି ଶିଶୁର ଅଜା ଓ ଆଇ ।
କେବଳ ସମ୍ବଲପୁରରେ ନୁହେଁ, ବ୍ରହ୍ମପୁର ଓ କଟକ ବଡ଼ ମେଡିକାଲରୁ ବି ନବଜାତକ ଚୋରି ଘଟଣା ନୂଆ ନୁହେଁ । ଏମିତିକି ଗାଁ ଦାଣ୍ଡରେ ଖେଳୁଥିବା ପିଲାଙ୍କୁ ବି ଅପହରଣ ଓ ହତ୍ୟା ଅଭିଯୋଗର ତାଲିକା ବି ରାଜ୍ୟରେ ଯଥେଷ୍ଟ ଲମ୍ବା ।  ଯାହାର ସଦ୍ୟତମ ଉଦାହରଣ ନୟାଗଡ଼ର କୁନିଝିଅ ପରୀ ତେବେ ଶିଶୁ ନିଖୋଜ ହେଉ କି ଚୋରି ଅବା ଅପହରଣ । କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-NCRBର ତଥ୍ୟ ବି ଆଖି ତରାଟିଲା ଭଳି ।
ଏଭଳି ଅପରାଧରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ତଳକୁ ତୃତୀୟରେ ରହିଛି ଓଡ଼ିଶା । NCRBର ତଥ୍ୟ କହୁଛି ଓଡ଼ିଶାରେ ପ୍ରତି ୨୪ ଘଣ୍ଟାରେ ଅପହୃତ ହେଉଛନ୍ତି ୧୨ ଜଣ ଶିଶୁ । ଯାହାଙ୍କ ମଧ୍ୟରୁ କେବଳ ଝିଅଙ୍କ ସଂଖ୍ୟା ୧୧ । ଗଲାବର୍ଷ ନିଖୋଜ ହୋଇଛନ୍ତି ୪୩୧୫ ଜଣ ହେଲେ ପ୍ରତି ୫ଜଣରେ ମାତ୍ର ଜଣକୁ ଉଦ୍ଧାର କରିବାରେ ସଫଳ ହେଉଛି ଆମ ବ୍ୟବସ୍ଥା । ଶିଶୁ ଅଧିକାର କର୍ମୀ ବି ଏହି ତଥ୍ୟକୁ ନେଇ ଆଚମ୍ବିତ । କହିଛନ୍ତି ଓଡ଼ିଶାରେ ଶିଶୁ ଚୋରୀର ଏକମାତ୍ର କାରଣ ଦାରିଦ୍ର୍ୟ ନୁହେଁ, ଅଙ୍ଗଚାଲାଣ, ଶ୍ରମିକ ଭାବେ ନିୟୋଜନ, ଯୌନକର୍ମୀ ଭାବେ ବ୍ୟବହାର ସାଙ୍ଗକୁ ଅସାମାଜିକ କାର୍ଯ୍ୟରେ ପିଲାଙ୍କୁ ଲଗାଯାଉଛି ତେଣୁ ଏହାକୁ ରୋକିବାକୁ ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶିଶୁ ଚୋରି ଘଟଣାକୁ ଅପରହଣ ମାମଲା ଭାବେ ଗ୍ରହଣ କରାଯିବା ଉଚିତ୍ , ଯାହାଦ୍ୱାରା ଅଭିଯୁକ୍ତଙ୍କୁ ୭ ବର୍ଷରୁ ଅଧିକ ଜେଲଦଣ୍ଡ ମଧ୍ୟ ହୋଇ ପାରିବ ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହିଛନ୍ତି, ଓଡ଼ିଶାରେ ଏଭଳି ଘଟଣା ରୋକିବାକୁ ଆୟୋଗ ଖୁବଶୀଘ୍ର ୩ ମାସିଆ ଆସେସମେଂଟ କରିବେ । ରାଜ୍ୟରେ ଶିଶୁ ଓ ମହିଳାଙ୍କ ପ୍ରତି ବ୍ୟାଭିଚାର ରୋକିବାକୁ ୨୦୧୯ ଅଗଷ୍ଟ ୩ ତାରିଖରେ ରାଜ୍ୟବ୍ୟାପୀ ସଚେତନତା ଉଦ୍ଦେଶ୍ୟରେ ଗଡ଼ିଥିଲା । ପରୀ ରଥ ହେଲେ NCRB ତଥ୍ୟ ଦେଖିଲେ ଯେମିତି ସେ ରଥ ବାଟବଣା ହୋଇଥିବା ପରି ଅନୁଭବ ହେଉଛି.ra ନୟାଗଡ : ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଅଭିଯୋଗ ନୟାଗଡ଼ର କୁନିଝିଅ ପରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ । କେବଳ ଗତବର୍ଷ ରାଜ୍ୟରୁ ୪ ହଜାର ୩୧୫ ଶିଶୁ ନିଖୋଜ ହୋଇଥିବା ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ, NCRB କିଛିଦିନ ତଳେ ତଥ୍ୟ ଦେଇଛି ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୨ ଜଣ ଶିଶୁ  ଆଉ ବେଫିକର୍ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ।  ଏବେ ହଠାତ୍ ଚେଇଁଉଠି କହୁଛି ପୋଲିସଠୁ ତଥ୍ୟ ଆଣି ତିନି ମାସିଆ ଆକଳନ କରିବେ… ଟିକେ ମନେପକାନ୍ତୁ ତ ପାଖାପାଖି ୪ବର୍ଷ ତଳର ଚର୍ଚ୍ଚିତ ସିସିଟିଭି ଫୁଟେଜକୁ ।  ୨୦୧୭, ମାର୍ଚ୍ଚ ୨୪ ତାରିଖ ରାତି ଅଧରେ କେମିତି କୌଶଳକ୍ରମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଏକ ନବଜାତ ଶିଶୁକୁ ଚୋରି କରି ନେଇଯାଇଥିଲେ ଜଣେ ମହିଳା । ସ୍ପଷ୍ଟ ଭାବେ କଏଦ ହୋଇଥିଲା ସେ ଦୃଶ୍ୟ । ଦୀର୍ଘ ୩ ବର୍ଷ ୧୦ ମାସ ବିତିବା ପରେ ବି ଚୋରି ଯାଇଥିବା ଶିଶୁକୁ ଉଦ୍ଧାର କରିପାରିନି ପୋଲିସ୍ ।
କି ପ୍ରଶାସନ ଆଉ ମେଡିକାଲ ବେଡରେ ପୁଅକୁ ଫେରି ପାଇବା ଆଶାରେ କିଛି ମାସ ଅପେକ୍ଷା କରି ନିରାଶ ହୋଇ ଘରକୁ ଫେରିଗଲେ ଯୁଜୁମରାର ଅନିରୁଦ୍ଧ ଭୋଇ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି । ମେଡିକାଲରୁ ଜିଲ୍ଲାପାଳ, ସମସ୍ତଙ୍କୁ ଗୁହାରି କରି କରି ଫେଲ୍ ମାରିବା ପରେ ଶେଷରେ ନାତି ମୁହଁ ଦେଖିବାର ଆଶା ଛାଡ଼ି ଦେଇଛନ୍ତି ଚୋରି ଶିଶୁର ଅଜା ଓ ଆଇ ।
କେବଳ ସମ୍ବଲପୁରରେ ନୁହେଁ, ବ୍ରହ୍ମପୁର ଓ କଟକ ବଡ଼ ମେଡିକାଲରୁ ବି ନବଜାତକ ଚୋରି ଘଟଣା ନୂଆ ନୁହେଁ । ଏମିତିକି ଗାଁ ଦାଣ୍ଡରେ ଖେଳୁଥିବା ପିଲାଙ୍କୁ ବି ଅପହରଣ ଓ ହତ୍ୟା ଅଭିଯୋଗର ତାଲିକା ବି ରାଜ୍ୟରେ ଯଥେଷ୍ଟ ଲମ୍ବା ।  ଯାହାର ସଦ୍ୟତମ ଉଦାହରଣ ନୟାଗଡ଼ର କୁନିଝିଅ ପରୀ ତେବେ ଶିଶୁ ନିଖୋଜ ହେଉ କି ଚୋରି ଅବା ଅପହରଣ । କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-NCRBର ତଥ୍ୟ ବି ଆଖି ତରାଟିଲା ଭଳି । ଏଭଳି ଅପରାଧରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ତଳକୁ ତୃତୀୟରେ ରହିଛି ଓଡ଼ିଶା । NCRBର ତଥ୍ୟ କହୁଛି ଓଡ଼ିଶାରେ ପ୍ରତି ୨୪ ଘଣ୍ଟାରେ ଅପହୃତ ହେଉଛନ୍ତି ୧୨ ଜଣ ଶିଶୁ । ଯାହାଙ୍କ ମଧ୍ୟରୁ କେବଳ ଝିଅଙ୍କ ସଂଖ୍ୟା ୧୧ । ଗଲାବର୍ଷ ନିଖୋଜ ହୋଇଛନ୍ତି ୪୩୧୫ ଜଣ ହେଲେ ପ୍ରତି ୫ଜଣରେ ମାତ୍ର ଜଣକୁ ଉଦ୍ଧାର କରିବାରେ ସଫଳ ହେଉଛି ଆମ ବ୍ୟବସ୍ଥା । ଶିଶୁ ଅଧିକାର କର୍ମୀ ବି ଏହି ତଥ୍ୟକୁ ନେଇ ଆଚମ୍ବିତ । କହିଛନ୍ତି ଓଡ଼ିଶାରେ ଶିଶୁ ଚୋରୀର ଏକମାତ୍ର କାରଣ ଦାରିଦ୍ର୍ୟ ନୁହେଁ, ଅଙ୍ଗଚାଲାଣ, ଶ୍ରମିକ ଭାବେ ନିୟୋଜନ, ଯୌନକର୍ମୀ ଭାବେ ବ୍ୟବହାର ସାଙ୍ଗକୁ ଅସାମାଜିକ କାର୍ଯ୍ୟରେ ପିଲାଙ୍କୁ ଲଗାଯାଉଛି ତେଣୁ ଏହାକୁ ରୋକିବାକୁ ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶିଶୁ ଚୋରି ଘଟଣାକୁ ଅପରହଣ ମାମଲା ଭାବେ ଗ୍ରହଣ କରାଯିବା ଉଚିତ୍ , ଯାହାଦ୍ୱାରା ଅଭିଯୁକ୍ତଙ୍କୁ ୭ ବର୍ଷରୁ ଅଧିକ ଜେଲଦଣ୍ଡ ମଧ୍ୟ ହୋଇ ପାରିବ ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହିଛନ୍ତି, ଓଡ଼ିଶାରେ ଏଭଳି ଘଟଣା ରୋକିବାକୁ ଆୟୋଗ ଖୁବଶୀଘ୍ର ୩ ମାସିଆ ଆସେସମେଂଟ କରିବେ । ରାଜ୍ୟରେ ଶିଶୁ ଓ ମହିଳାଙ୍କ ପ୍ରତି ବ୍ୟାଭିଚାର ରୋକିବାକୁ ୨୦୧୯ ଅଗଷ୍ଟ ୩ ତାରିଖରେ ରାଜ୍ୟବ୍ୟାପୀ ସଚେତନତା ଉଦ୍ଦେଶ୍ୟରେ ଗଡ଼ିଥିଲା । ପରୀ ରଥ ହେଲେ NCRB ତଥ୍ୟ ଦେଖିଲେ ଯେମିତି ସେ ରଥ ବାଟବଣା ହୋଇଥିବା ପରି ଅନୁଭବ ହେଉଛିି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like