-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
(ପ୍ରେରଣା ଖବର) ନୂଆଦିଲ୍ଲୀ: ନେଟ୍ଫ୍ଲିକ୍ସରେ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି “AK vs AK”। ଟ୍ୱିଟରରେ ଏହାର ଟିଜର ଶେୟାର କରିଛନ୍ତି ବଲିଉଡ ଆକ୍ଟର ଅନିଲ କାପୁର। ଏହି ଟିଜରକୁ ନେଇ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଲ୍ମର କିଛି ଅଂଶକୁ ବାଦ ଦେବାକୁ ଏୟାର ଫୋର୍ସ ବୁଧବାର ଦାବି କରିଛି। ଆଇଏଏଫ (IAF) ପକ୍ଷରୁ ଏକ ଟ୍ୱିଟ୍ରେ କୁହାଯାଇଛି, ରିଲିଜ ହୋଇଥିବା ଏହି ଭିଡିଓରେ ଆଇଏଏଫର ୟୁନିଫର୍ମ ଏବଂ ଭାଷାକୁ ଠିକ୍ ଭାବେ ବ୍ୟବହାର କରାଯାଇ ନାହିଁ। ପୋଷ୍ଟରେ ଆହୁରି କୁହାଯାଇଛି, ଭାରତୀୟ ଏୟାର ଫୋର୍ସର ବ୍ୟାବହାରିକ ଶୈଳୀ ମଧ୍ୟ ଠିକ ଭାବେ ଉପସ୍ଥାପନ କରାଯାଇ ନାହିଁ। ଏସବୁ ଦୃଶ୍ୟକୁ ଫିଲ୍ମରୁ ହଟାଇବା ପାଇଁ ଏଆଇଏଫ ପକ୍ଷରୁ ଦାବି କରାଯାଯାଇଛି। ଟ୍ୱିଟ ପରେ IAF ଏହାକୁ ନେଟଫ୍ଲିକ୍ସ ଇଣ୍ଡିଆ, ଅନୁରାଗକାଶ୍ୟପଙ୍କୁ ଟ୍ୟାଗ କରାଯାଇଛି। ଆଇଏଏଫର ପ୍ରତିକ୍ରିୟା ଦେଖିବା ପରେ ଅନିଲ କାପୁର ଟ୍ୱିଟରରେ କ୍ଷମା ମାଗିଛନ୍ତି। ଏକ ଭିଡିଓ ମେସେଜ୍ରେ ସେ କହିଛନ୍ତି, ‘ ମୋ ନୂଆ ଫିଲ୍ମ “AK vs AK”ର ଟ୍ରେଲର କିଛି ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଜାଣିବାକୁ ପାଇଲି। କିଛି ଅଣ ସଂସଦୀୟ ଭାଷା କହିବା ସମୟରେ ମୁଁ ଇଣ୍ଡିଆନ ଏୟାର ଫୋର୍ସର ୟୁନିଫର୍ମ ପିନ୍ଧିଥିଲି। ଅଜାଣତରେ କାହା ଭାବନାକୁ ଆଘାତ ଦେଇଥିବାରୁ ମୁଁ କ୍ଷମା ମାଗୁଛି।’