-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||     

HOME   ଜିଲ୍ଲା

ସାମ୍ବାଦିକ ମାନଙ୍କ ୧୧ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

27-Jun-2023



ସାମ୍ବାଦିକ ମାନଙ୍କ ୧୧ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
-------------------------------------------

ବଲାଙ୍ଗୀର :- ସାମ୍ବାଦିକ ମାନଙ୍କ ୧୧ ଦଫା ଦାବି ନେଇ ଷ୍ଟେଟ
 ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ)ଓଡ଼ିଶା" ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାନା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ସରକାର ରାଜ୍ୟ ର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଅନେକ ଜନ କଲ୍ୟାଣ ମୂଳକ ସୁବିଧା ସୁଯୋଗ ସହିତ  ପ୍ରଶଂସନୀୟ ଯୋଜନା ମାନ ପ୍ରଣୟନ କରି ସମଗ୍ର ଦେଶରେ ନିଜର ତଥା ଓଡ଼ିଶାର ଗୌରବ ଓ ସୁନାମକୁ ଶୀର୍ଷରେ ପହଞ୍ଚାଇ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି।
   ଅପର ପକ୍ଷେ ବିଜେଡି ସରକାର ସମସ୍ତ କଲ୍ୟାଣକାରୀ ଯୋଜନା ଓ ସୁଶାସନ କୁ ନେଇ ଓଡ଼ିଶାର ସାମ୍ବାଦିକ ମାନେ ଖବର ପରିବେଷଣ କରିଚାଲିଛନ୍ତି। ସଂଖ୍ୟାଧିକ ସାମ୍ବାଦିକ ଆର୍ଥିକ ଅନାଟନ ର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ରେ କାମ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ଓ ପରିବେଷଣ ବେଳେ  ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ଆକ୍ରମଣ ର ଶୀକାର ମଧ୍ୟ ହେଉଛନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଏସୟୁଜେ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ   ନିକଟରେ ନିମ୍ନଲିଖିତ ଦାବି ଗୁଡ଼ିକ ରଖାଯାଇଛି।ଆଶା ଓ ବିଶ୍ବାସ ସମସ୍ତ ଦାବି ଗୁଡ଼ିକ ଆପଣ ଙ୍କ ସରକାର ଅବିଳମ୍ବେ ପୂରଣ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ଜାଗ୍ରତ ପ୍ରହରୀ ଗଣମାଧ୍ୟମ ପ୍ରତିନିଧି (ସାମ୍ବାଦିକ) ମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦର୍ଶନ କରିବେ ।

-:ଆମର ଦାବି:-
୧- ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ "ସାମ୍ବାଦିକ ସୁରକ୍ଷା ଆଇନ" ପ୍ରଣୟନ।*
୨-ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶି କୁ "୧୦ ଲକ୍ଷ ଟଙ୍କା" କୁ ବୃଦ୍ଧି ସହିତ ଚିକିତ୍ସାର ଯାବତୀୟ  ଖର୍ଚ୍ଚ କୁ ବୀମା ଅର୍ଥ ରୁ ଭରଣା କରାଯିବା
୩- ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷ ରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ ଯଥା - ରୋଗଗ୍ରସ୍ତ, ଦୁର୍ଘଟଣା ରେ ଆହତ ବା ଅକର୍ମଣ୍ୟ, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ସରକାର ଙ୍କ ସାମ୍ବାଦିକ କଲ୍ୟାଣ ଯୋଜନାରୁ ବାଦ୍ ଦିଆ ନଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ ।
୪- ସାମ୍ବାଦିକଟି ର ଅକାଳ ବିୟୋଗରେ ତା'ର ପରିବାର କୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶି କୁ ଅତି କମରେ "୨୫ ଲକ୍ଷ ଟଙ୍କା" କୁ ବୃଦ୍ଧି ।
୫-ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ ଗୁଡିକ ରହିଥିବା ରୁ ସେଠାରେ ସାମ୍ବାଦିକ  ସପରିବାର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ "ସାମ୍ବାଦିକ ଅତିଥି ଭବନ" ନିର୍ମାଣ 
୬-କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ଅତି କମରେ ମାସିକ "୧୫ ହଜାର ଟଙ୍କା ଭତ୍ତା" ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକ ଙ୍କୁ "୨୦ ହଜାର ଟଙ୍କା ପେନସନ" ପ୍ରଦାନ।
୭-ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମା ରେ  କମ୍ପୁଟର ଏବଂ ଇଣ୍ଟରନେଟ ସହିତ ଅନ୍ୟାନ୍ୟ ସୁବିଧା ଥାଇ "ସାମ୍ବାଦିକ ପ୍ରକୋଷ୍ଠ" ନିର୍ମାଣ।
୮-ଗତ ୫ ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ପୂର୍ବବତ ସେହି ଢାଂଚା କୁ ଅପରିବର୍ତ୍ତିତ ରଖିବା।
୯- ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ "ପୋର୍ଟାଲ ସାମ୍ବାଦିକ" ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ।
୧୦-ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ପରିବର୍ତ୍ତେ ସରକାର ନିଜେ ସାମ୍ବାଦିକ କୁ ଅଧିସ୍ବୀକୃତି ପ୍ରଦାନ କରନ୍ତୁ।
୧୧-ଜିଲ୍ଲା,ସବ-ଡିଭିଜନ ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ନିଆଯାଉ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026

You Might Also Like