-+91-9937148622 |

prerana_bgr@rediffmail.com |

  Wednesday 11th March 2026 |

| | | |

R.N.I. Regd No. ODIODI/2010/46693

Breaking News

ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||      ଡୁଙ୍ଗୁରିପାଲି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ମହିଳା ଦିବସ ପାଳନ   (10-Mar-2026)       ||      *କମ୍ୟୁନିଟି ସେଣ୍ଟର କୋଠା ଉଦଘାଟନ କଲେ ସାଂସଦ ଙ୍କ ପ୍ରତିନିଧି*   (10-Mar-2026)       ||      ଓଡ଼ିଶା ସନାତନୀ କ୍ରିଏଟର ମଞ୍ଚ(OSCM)ର ପ୍ରଥମ ସମ୍ମିଳନୀ ସଫଳତାର ସହିତ ସମ୍ପନ୍ନ   (10-Mar-2026)       ||      ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ   (10-Mar-2026)       ||      ହଲଦିପାଲି ରେ ନକୁଳ ସହଦେଵ ମନ୍ଦିର ପ୍ରତିଷ୍ଠା ମହୋତ୍ସବ   (10-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି♦️ ପୋତ୍ତନୁର (କୋଏମ୍ବାଟୁର୍) ଠାରୁ ଧାନବାଦ୍‌କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର, ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଟ୍ରେନ୍    (10-Mar-2026)       ||      ଦକ୍ଷିଣ ଏସିୟା ଗୋଲ ଶଟ ବଳ ଆନ୍ତର୍ଜାତୀୟ ଚାମ୍ପିୟନସିପ ଖେଳିବା ପାଇଁ ଭାରତ ଦଳ ପାଇଁ ମନୋନୀତ   (10-Mar-2026)       ||      ଡୁମେରପିଟା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ   (10-Mar-2026)       ||      ଡୁମେରପିଟା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ   (10-Mar-2026)       ||      ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା   (10-Mar-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (09-Mar-2026)       ||      NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ    (09-Mar-2026)       ||     

HOME   ଜିଲ୍ଲା

ପ୍ରଥମ ଦିବସର ରିପୋର୍ଟ ୫-ଟି ସଚିବ ବରଗଡ ଜିଲ୍ଲା ଗସ୍ତ ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଖୁସି ଖବର:-ଭି.କେ.ପାଣ୍ଡିଆନ

27-Jun-2023



ବରଗଡ଼:(-ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶାର ୫-ଟି ସଚିବ ଭି.କେ ପାଣ୍ଡିଆନ ତା ୨୬.୦୬.୨୦୨୩ରିଖ ସୋମବାର ଦିନ ସର୍ବପ୍ରଥମେ ଅତାବିରା ବ୍ଲକରେ ଅନ୍ତର୍ଭୁକ୍ତ ସରଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ।ତାଙ୍କୁ ଭଲ ପାଠପଢ଼ି ଜୀବନରେ ଭଲ ମଣିଷ ହେବାପାଇଁ ଉପଦେଶ ଦେବା ସହିତ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ ର ଆବଶ୍ୟକତା ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ।ଏହାପରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ମନ୍ଦିର,ଅତାବିରା ମାଁ ଦୁର୍ଗା ମନ୍ଦିର,ଲାଦେରପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡି ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କରଣ ନିମନ୍ତେ ବହୁମୁଖି ବିକଶ ଯୋଜନା ପ୍ରଣୟନ ସମନ୍ଧେ ଟ୍ରଷ୍ଟ ସଦସ୍ୟ

ମାନଙ୍କ ସହିତ ଆଲୋଚନା କରିଥିଲେ।ବିଭିନ୍ନ ମନ୍ଦିର,ମସଜିଦ,ଗୁରୁଦ୍ୱାର,କମ୍ୟୁନିଟି ସେଣ୍ଟର ଆଦିର ଦରଖାସ୍ତ ଗ୍ରହଣ କରିବା ସହିତ ଆଗାମୀ ୭ ଦିନ ମଧ୍ୟରେ ଏ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉନ୍ନତିକରଣ ପାଇଁ ଭଲ ଖବର ପାଇବେ,ଚାଷୀଭାଇ ମାନଙ୍କର ଆପତ୍ତି ଅଭିଯୋଗ ଥିଲେ,ତାହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ।ଆନନ୍ଦ କଲ୍ୟାଣ ମଣ୍ଡପ ଏବଂ ରାମଚଣ୍ଡି କଲ୍ୟାଣ ମଣ୍ଡପ ଠାରେ ସ୍ୱୟଂସହାୟକ ଗୋଷ୍ଠୀ ମାଆ ମାନଙ୍କ ସହିତ ଆଲୋଚନା ସହ ବିଭିନ୍ନ ସଂଗଠନର ଦାବୀପତ୍ର ଗ୍ରହଣ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ମା’ମାନଙ୍କ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରିଥିବାର ସୂଚନା ଦେଇ ପ୍ରତ୍ୟକ ମା’ମାନେ ତାଙ୍କର‌ କାର୍ଯ୍ୟ ଦକ୍ଷତା ବୃଦ୍ଧି କରି ଋଣ ସହାୟତାର ସୁବିଧା ନେବାପାଇଁ ପରାମର୍ଶ ଦେଇଥିଲେ।ବରଗଡ଼ ପୈାରପରିଷଦ ଅନ୍ତର୍ଗତ ନିଶାମଣି ଉଚ୍ଚବିଦ୍ୟାଳୟ ଠାରେ ବିଭିନ୍ନ ସଂଗଠନ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ବୁଦ୍ଧିଜିବୀ ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଦାବୀପତ୍ର ଗୁଡିକ ଗ୍ରହଣ କରିଥିଲେ।ପରେପରେ ସମ୍ବଲପୁରୀ ବସ୍ତ୍ରାଳୟ ପରିଦର୍ଶନରେ ଯାଇ ବୁଣାକାର ଭାଇମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ପୁଙ୍ଖାନୁପୁଙ୍ଖ ଭାବେ ବୁଝିଥିଲେ।ସେ କହିଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ଆପଣ ମାନଙ୍କ ଦୁଃଖସୁଖ ବୁଝିବାକୁ ପଠାଇଛନ୍ତି ଏବଂ ମୁଁ ଏଠାକୁ ଆସିବାପରେ ଆପଣମାନଙ୍କ ଠାରୁ ଅନେକ ଗୁଡ଼ିଏ ଦରଖାସ୍ତ ପାଇଲି।ଏ ସବୁ ଦରଖାସ୍ତ ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଇ ଉଚିତ ସମାଧାନ କରାଯିବ ବୋଲି ପ୍ରତିଶ୍ରୃତି ପ୍ରଦାନ କରିଛନ୍ତି।ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ୯୦ କୋଟି ବ୍ୟୟରେ ନିର୍ମାଣାଧିନ କେନସର ହସପିଟାଲର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଥିଲେ।ବରଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାନ୍ନ ଭୋଜନ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ମଧ୍ୟାନ୍ନ ଭୋଜନର ପ୍ରଶଂସା କରିଥିଲେ।ପରେ ବରପାଲି ଅଭିମୁଖେ ଯାତ୍ରାକରିଥିଲେ।ବରପାଲି ସ୍ଥିତ ଷ୍ଟାଡିୟମ ଗ୍ରାଉଣ୍ଡରେ ଜନସାଧାରଣ,ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସମ୍ବୋଧିତ କରି କହିଥିଲେଯେ, ସ୍ୱୟଂ ସହାୟକ ଗୋଷ୍ଠୀ ମାଁ’ମାନଙ୍କୁ ସଶକ୍ତ କରିବା ସହିତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଏଠାରେ ମଧ୍ୟ ବିଭିନ୍ନ ସଂଗଠନ ଠାରୁ ଦାବୀପତ୍ର ଗ୍ରହଣ କରିବା ସହ ସ୍ୱଭାବ କବି ଗଙ୍ଗାଧର ମହେରଙ୍କ କବି କୁଟୀର,ପରିଦର୍ଶନ କରି ଉନ୍ନତିକରଣ ପାଇଁ ଗଙ୍ଗାଧର ସାହିତ୍ୟ ପରିଷଦର ସଦସ୍ୟ ଓ ଉପସ୍ଥିତ ବୁଦ୍ଧିଜିବୀ ମାନଙ୍କ ସହିତ ଆଲୋଚନା କରିଥିଲେ।ବରଗଡ଼ ବ୍ଲକର ଶହିଦ ମାଧୋ ସିଂ ଛକ(ହଲଦିପାଲି),ନିକଟସ୍ଥ ରଣେଶ୍ୱର ରାମଚଣ୍ଡି ମନ୍ଦିର,ତୁରୁଙ୍ଗାର ବୈଷ୍ଣବୀ ଦେବୀ ମନ୍ଦିର ପରିଦର୍ଶନ କରି ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିବା ସହିତ ଆଗକୁ ଏହାକୁ କିପରି ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମତପ୍ରଦାନ କରିଥିଲେ।ସଂଧ୍ୟାରେ ନିଶାମଣି ହାଇସ୍କୁଲ ପଡିଆ ଠାରେ ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଫୁଲ,ଘଣ୍ଟଶଙ୍ଖ ଧ୍ୱନି ସହ ହୁଳହୁଳି ଦେଇ ଭବ୍ୟ ସ୍ୱାଗତ କରିଥିଲେ। ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଆ ମାନେ ଆଗକୁ ବଢ଼ିଲେ,ଓଡ଼ିଶା ଆଗକୁ ବଢିବ ବୋଲି ସବୁବେଳେ କହନ୍ତି।ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ହେବା ସହିତ ବର୍ତ୍ତମାନ ଚାଉଳ ରପ୍ତାନୀ କରୁଛି ଏବଂ ଏଥିରେ ବରଗଡ ଜିଲ୍ଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ସେଥିପାଇଁ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାକୁ ବହୁତ ଭଲପାଆନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।ଏହା ପରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତ ମାଆ ବାପାଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉପଦେଶ ଦିଆଯାଇଛି ବୋଲି ସଚିବ ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ।ଯୋଗ ବ୍ୟାୟାମ ଧ୍ୟାନ ଦ୍ୱାରା ଶରୀର ଓ ମନକୁ ସୁସ୍ଥ ରଖି କଠିନ ଅଧ୍ୟୟନ ମାଧ୍ୟମରେ ନିଜର ଲକ୍ଷ ହାସଲ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡାଆନଙ୍କୁ ଜନସାଧାରଣ ଭବ୍ୟ ସ୍ୱାଗତ କରିବାବେଳେ,ବହୁ ସଂଖ୍ୟାରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା,ଶିକ୍ଷକ ଶିକ୍ଷୟିତ୍ରୀ,ବୁଦ୍ଧିଜିବୀ,ବିଭିନ୍ନ ସଂଗଠନ,ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   11-Mar-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   11-Mar-2026
  ଜିଲ୍ଲା  
ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   10-Mar-2026
  ଜିଲ୍ଲା  
*ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   10-Mar-2026
  ଜିଲ୍ଲା  
ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   10-Mar-2026
  ଜିଲ୍ଲା  
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    10-Mar-2026
  ଜିଲ୍ଲା  
୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   10-Mar-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   10-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ମହିଳା ଦିବସ ପାଳନ   10-Mar-2026
  ଜିଲ୍ଲା  
*କମ୍ୟୁନିଟି ସେଣ୍ଟର କୋଠା ଉଦଘାଟନ କଲେ ସାଂସଦ ଙ୍କ ପ୍ରତିନିଧି*   10-Mar-2026
  ଜିଲ୍ଲା  
ଓଡ଼ିଶା ସନାତନୀ କ୍ରିଏଟର ମଞ୍ଚ(OSCM)ର ପ୍ରଥମ ସମ୍ମିଳନୀ ସଫଳତାର ସହିତ ସମ୍ପନ୍ନ   10-Mar-2026
  ରାଜ୍ୟ  
ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ   10-Mar-2026

You Might Also Like