-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
19-Jun-2023
ବଲାଙ୍ଗିର(ପ୍ରେରଣା ଖବର) - ସାରା ଜିଲ୍ଲାରେ ଅସହ୍ୟ ଗରମ ତଥା ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ ୨୧.୦୬.୨୦୨୩ ରେ ଖୋଲିବାଲୁ ଥିବା ସ୍କୁଲ ଗୁଡିକୁ ୩୦ ଜୁନ ପର୍ଯ୍ୟନ୍ତ ବଢାଇବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଅନୁରୋଧ ପୁତ୍ର ଦିଆଯାଇଛି । ସୂଚନା ପ୍ରକାଶ ଯେ ଜିଲ୍ଲାର ପ୍ରାୟ ସ୍କୁଲମାନଙ୍କରେ ଥଣ୍ଡା ପାନୀୟ ଜଳ, ବିଦ୍ୟୁତ, ଗୃହ ଆଦି ଏତେ ସୁବିଧା ଜନକ ନାହିଁ । ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରମାନଙ୍କର ବିଦ୍ୟାଲ୍ୟର ପରିସ୍ତିତିରେ ଆସିବାରେ ଅସୁବିଧା ଉପଜିପାରେ । ଏଣୁ ଏ ସଂକ୍ରାନ୍ତରେ ଜିଲ୍ଲାପାଳ ମହୋଦୟ ସମସ୍ତ ବିଷୟ ରେ ଅନୁଧ୍ୟାନ କରି ଖରାଛୁଟି ବଢାଇବାକୁ ଓଷ୍ଟା ବଲାଙ୍ଗିର ଜିଲ୍ଲା ତରଫରୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଅଛି । କର୍ମକର୍ତ୍ତା ବୃନ୍ଦ ମଧ୍ୟରୁ ସଂପାଦକ କୁଶଧ୍ୱଜ ସାହୁ, ସଭାପତି ଅବନୀ କୁମାର ତ୍ରିପାଠୀ, ପୁଇଁନ୍ତଲା ବ୍ଲକ ସଂପାଦକ ପୂର୍ଣ୍ଣଚନ୍ଦ୍ର ମେହେର, ପୁରନ୍ଦର ଦାଶ, ସୁଧାଂଶୁ ଶେଖର ବାବୁ, ବିନୋଦ ବିହାରୀ ପାଣିଗ୍ରାହୀ, ତାରାକାନ୍ତ ମିଶ୍ର, ଅନିଲ କୁମାର ସାହୁ, ସୁଧୀର କୁମାର ନାଏକ, ଶଙ୍କର ପ୍ରସାଦ ମିଶ୍ର, ସଞ୍ଜିବ ହୋତା, ଦିଲିପ ନାଏକ, ସାରଥୀ ସାହୁ, ଦିଲିପ ପଧାନ, ପ୍ରେମରାଜ ପଧାନ, ଗୋବିନ୍ଦ ବଗର୍ତ୍ତି ଆଦି ଉପସ୍ଥିତ ଥିଲେ ।