-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ ସରକାରୀ ଯୋଜନା ପ୍ରଭାବିତ ଗରିବ ହିତାଧିକାରୀ ହଟହଟା

16-Jun-2023



ନବରଙ୍ଗପୁର  (ମିହିର ଶଙ୍କର ପ୍ରାତ୍ର)
 ଜୁନ ମାସ ୧ ତାରିଖରୁ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲା  ମାନେ ମିଳିତ ଅମଲା ମଞ୍ଚର ଡାକରାରେ  ଛୁଟିରେ ଅଛନ୍ତି। ସରକାରଙ୍କୁ ମିଳିତ ଅମଲା ମଞ୍ଚ ର ଦାବି ଯଥା ଓଆରଏସପି ରୁଲ ୨୦୧୭କୁ କାର୍ଯ୍ୟକାରୀ କରାଯାଉ। ଲେଭେଲ ୪ ରୁ ଲେଭେଲ ୯ ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅମଲାଙ୍କ ମୂଳ ଦରମା ବୃଦ୍ଧି କରିବାକୁ ଦାବି କରିଥିଲେ। ଯାହା ଆଜିକୁ ୧୬ ଦିନ ହେଲା ଜାରୀ ରହିଛି। ସରକାରଙ୍କ ସହିତ ମିଳିତ ମଞ୍ଚର ଦୁଇ ଦୁଇ ଥର ଆଲୋଚନା ବିଫଳ ହୋଇଛି। ରାଜଦାଣ୍ଡରେ ଅମଲା ମାନେ ଏକତ୍ରିତ ହୋଇ ପ୍ରତିବାଦ କରୁଛନ୍ତି। ଅମଲାଙ୍କ ଏଭଳି  କାର୍ଯ୍ୟ ବନ୍ଦ କରି ଛୁଟିରେ ରହିବା ଦ୍ଵାରା ହିତାଧିକାରୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ପ୍ରଭାବିତ ହୋଇଛି। ଯାହାର ଜ୍ୱଳନ୍ତ ନମୁନା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ପଡିବାକୁ ଯାଉଛ। ମୋ ଘର ଯୋଜନା ରେ ରୁଣ ଆବେଦନ ପାଇଁ ହିତାଧିକାରୀଙ୍କୁ ଆବଶ୍ୟକ କାଗଜ ପତ୍ର ଯଥା, ଆୟ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ତହସିଲ କାର୍ଯ୍ୟଳୟ ଗୁଡିକରୁ ମିଳୁନାହିଁ। କାରଣ ଅମଲା ମାନଙ୍କ ଟେବୁଲ ଖାଲି ପଡିଛି। ରେଡକ୍ରସ୍, ଏକ୍ସ ଗ୍ରାସିଆ ଆଦି ଆର୍ଥିକ କାରବାର, ଜମି ଚିହ୍ନଟ ପ୍ରକ୍ରିୟା ଓ ବିଭାଗୀୟ ଡାକ ଆଦି ତହସିଲ କାର୍ଯ୍ୟଳୟ ଗୁଡିକରୁ ପ୍ରେରଣ କରାଯାଇ ପାରୁନାହିଁ। ସେହିଭଳି ବ୍ଲକ କାର୍ଯ୍ୟାଳୟ ଗୁଡିକରେ ଆର୍ଥିକ ବର୍ଷ ୨୦୨୩ ନିମନ୍ତେ ଅନୁମୋଦିତ ବିଭିନ୍ନ ଯୋଜନାର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଠି ହୋଇଛି। ଅମଲାଙ୍କ ଅନୁପସ୍ଥିତି ଯୋଗୁଁ ପ୍ରକଳ୍ପ ନଥିପତ୍ର ତିଆରି, କାର୍ଯ୍ୟଳୟ ଆଦେଶ, ନୂତନ ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ, ଚେକ ବୁକ ଓ ଆର୍ଥିକ କାରବାର, ଡାକ, ସାମାଜିକ ସୁରକ୍ଷା ବିଭାଗର ବିଭିନ୍ନ ସହାୟତା ପାଇଁ ଅନଲାଇନ ଆବେଦନ କାର୍ଯ୍ୟ ବ୍ଲକ କାର୍ଯ୍ୟଳୟରେ ହୋଇ ପାରୁନଥିବା ଜଣାପଡିଛି। ଠିକାଦାର ମାନେ କାର୍ଯ୍ୟକରି ପାଉଣା ପାଉ ନଥିବାରୁ ଶ୍ରମିକ ଓ ନିର୍ମାଣ ସାମଗ୍ରୀ ଯୋଗାଇ ଦେଉଥିବା ବ୍ୟକ୍ତି ବିଶେଷଙ୍କ ରୋଷର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପଞ୍ଜିକରଣ, ପ୍ରୋତ୍ସାହନ ରାଶି ପ୍ରଦାନରେ ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟ ଖୋଲିବାକୁ ଆଉ ଅଳ୍ପଦିନ ଥିବା ବେଳେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ଗୁଡ଼ିକ ନିମନ୍ତେ ଶିକ୍ଷା ବିଭାଗ ଦ୍ଵାରା କରାଯାଇଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୃଷି ବିଭାଗ, ସମ୍ମନିତ ଶିଶୁ ବିକାଶ ବିଭାଗ ସମଦଶାରେ ଥିବା ଜଣାପଡିଛି। ଦୂର ଦୁରନ୍ତରୁ ଗରିବ ହିତାଧିକାରୀ ବିଭିନ୍ନ କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟକୁ ଆସୁଛନ୍ତି କିନ୍ତୁ ଅମଲା ମାନେ ଛୁଟିରେ ଥିବା କହି ଅଧିକାରୀ ମାନେ ଫେରାଇ ଦେଉଛନ୍ତି। ଫଳତଃ ଅମଲାଙ୍କ ସମୁହ ଛୁଟି ଆନ୍ଦୋଳନରେ  ତାଲିକା ସମେତ ସରକାରଙ୍କ ସରକାରୀ ଯୋଜନା ପ୍ରଭାବିତ ହୋଇଛି । ରାଜ୍ୟରେ ସମୁଦାୟ  ପ୍ରାୟ ୩୦ ହଜାରରୁ  ରୁ ଉର୍ଦ୍ଧ ଅମଲା ଆନ୍ଦୋଳନ ରତ ରହି ସରକାର ଓ ହିତାଧିକାରୀଙ୍କୁ ହରଡଘଣାରେ ରଖିଛନ୍ତି।  ତେଣୁ ସରକାର ଆମର ଦାବି ମାନି ନିଅନ୍ତୁ ଅନ୍ୟଥା ଆଗକୁ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ସ୍ତରୀୟ ଅମଲା ମାନେ ନିଜ ଜିଦରେ ଅଟଳ ଅଛନ୍ତି। ସରକାର ଓ ଅମଲାଙ୍କ ଜିଦ୍ ରେ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଥିବାରୁ ଦୁଇ ପକ୍ଷ ଆପୋଷ ଆଲୋଚନା କରି କୌଣସି ନିଷ୍କର୍ଷ ବାହାର କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like