-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗତକାଲି ୧୪ ତାରିଖ ମଧ୍ୟ ରାତିରେ ସୋନପୁର ଶାନ୍ତି ନଗର ଅଞ୍ଚଳର ସଂଜୀବ ପାଣିଗ୍ରାହୀଙ୍କ ଘରେ ଭଡା ରହୁଥିବା ଏଲ ଆଇ ଡିଭିଜନ ର ଜେଇ ଦିଲ୍ଲୀପ କରଙ୍କ ଘରୁ କେହି ଜଣ ଦୁବୁର୍ତ୍ତ ଘର ଗ୍ରିଲ ଓ ଗୋଦରେଜ ଭାଙ୍ଗି ତାଙ୍କ ଘରୁ ସୁନା କାନ ଫୁଲ ୫ସେଟ, ଚେନ ଏକ ପିସ, କିଛି ସୁନା ଲକେଟ ସମୁଦାୟ ୩ ଲକ୍ଷ ମୂଲ୍ୟ ର ସୁନା ସହିତ ୧୫,୫୦୦ ଟଙ୍କା କେ କେସ୍ ଚୋରି କରି ନେଇଥିବା ଜଣା ଯାଇଛି l ଆଜି ସକାଳେ ଏ ନେଇ ସୋନପୁର ଥାନା ରେ ଶ୍ରୀ କର ଅଭିଯୋଗ କଲା ପରେ କେଶ ନମ୍ବର ୧୩୦ ଆଧାରରେ ଆଇ ଓ ସେକେଣ୍ଡ ଅଫିସର ସସ୍ମିତା ଭୁତୀଆ ଏ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି l ଘଟଣା ସ୍ଥଳ ରେ ଡକ ସ୍କୱାର୍ଡ, ଫରେନସିକ ଟିମ ପହଂଚି ଅଧିକ ତଦନ୍ତ କରି ଖୁବ ଶୀଘ୍ର ଏ ଘଟଣା ର ପର୍ଦାଫାଶ କରାଯିବ ବୋଲି ଆଇ ଓ ମିସ ଭୂତିଆଙ୍କ ଠାରୁ ସୂଚନା ମିଳିଛି l