-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: ବଢିଲା ଆକାଶ ପାଠକଙ୍କ ଅଡୁଆ। ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏ ନେଇ ପୂର୍ବରୁ କ୍ରାଇମ ବ୍ରାଞ୍ଚ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ମାଗିଥିଲା। ଆକାଶଙ୍କ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ। କାଲିଠାରୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ଯିବେ। ଠକେଇ ଅଭିଯୋଗକୁ ନେଇ ବିଭିନ୍ନ ଦିଗରୁ ତାଙ୍କୁ କ୍ରାଇମବ୍ରାଞ୍ଜ ଜେରା କରିବ ବୋଲି ଅନୁମାନ କରାଯାଉଛି। ସୂଚନାଥାଉ କି, ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୁଣି ମିଳିଥିଲା ୧ କୋଟି ୨୮ ଲକ୍ଷ ଟଙ୍କା। ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଥିଲା। ଆକାଶ ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ ତା’ମଧ୍ୟରୁ ୧୦ କୋଟି ୭୬ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଏହାବାଦ୍ ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କରେ ଆକାଉଣ୍ଟ ଥିବା ସହ ଇନସ୍ୟୁରାନ୍ସ ପଲିସି ମଧ୍ୟ ରହିଛି। ଜେରା ପରେ ଆକାଶ ଟାଟା ଚାକିରି କରାଇଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡ଼ିଥଲା । ପରେ ଠକେଇ ମାମଲାରେ ଗିରଫ ହୋଇ ଆକାଶ ପାଠକ ଜେଲରେ ଅଛନ୍ତି। ବିଶେଷକରି ବ୍ରହ୍ମପୁର, ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିବ। ଏଥିପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁରରେ ତଦନ୍ତ ଆରମ୍ଭ କରିଛି।