-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   (15-May-2026)       ||      ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   (15-May-2026)       ||      ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||     

HOME   ରାଜ୍ୟ

କୋଭିଡ୍‌ ସତ୍ତ୍ବେ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼

10-Dec-2020



(ପ୍ରେରଣା ଖବର) ରାଜନଗର: କରୋନା କଟକଣା ସତ୍ତ୍ବେ ବିଶ୍ବ ପ୍ରସିଦ୍ଧ ଭିତରକନିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକଣା ମଧ୍ୟରେ ୭ମାସ ବନ୍ଦ ରହିବା ପରେ ଅକ୍ଟୋବର ୧ତାରିଖରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏବେ ପିକନିକ୍‌ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମି ଏବେ ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟି ଯାଇଛି। ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ବିଦେଶୀ ପକ୍ଷୀଙ୍କ ସହିତ ଦେଶୀୟ ପକ୍ଷୀଙ୍କ କାକଳିରେ ପର୍ଯ୍ୟଟକ ବିମୋହିତ ହୋଇ ପଡୁଛନ୍ତି। ଭିତରକନିକାରେ ଥିବା ବଉଳା କୁମ୍ଭୀର, ହଜାର ହଜାର ସଂଖ୍ୟାରେ ହରିଣ, ବାର୍‌ହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିସହ ହେନ୍ତାଳ ବଣ, ସୁନ୍ଦରୀ, ଶିଶୁମାର, କେରୁଅଁ, ରାଇ, ବଣି, ଗରଣି, ପାଣିଆମ୍ବ, ସିଙ୍ଗଡା, ପୀତାମ୍ବରୀ, ପୀତକୋରୁଅ ଭଳି ବିରଳ ଲୁଣା ଉଦ୍ଭିଦ ସହିତ ପ୍ରକୃତି ଓ ପରିବେଶ ପର୍ଯ୍ୟଟକଙ୍କ ମନକୁ କିଣି ନେଇଛି। ଭିତରକନିକାରେ ନୌକା ଭ୍ରମଣ ସମୟରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଈପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ମିଳନର ଦୃଶ୍ୟ ଭିତରକନିକାକୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଏଥିସହ ଧଳା କୁମ୍ଭୀର ଗୋରୀ ଓ ଶଙ୍ଖୁଆକୁ ଦେଖିବାକୁ ପର୍ଯ୍ୟଟକମାନେ ଭିଡ଼ ଜମାଉଛନ୍ତି। କରୋନା କଟକଣା ମଧ୍ୟରେ ଭିତରକନିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକ୍ଟୋବରରେ ଭିତରକନିକା ମୁଖ୍ୟ ଫାଟକ ଦେଇ ୧୦୪୩, ବୋଟ ଯୋଗେ ଖୋଳା ପ୍ରବେଶସ୍ଥାନ(ଏଣ୍ଟ୍ରି ପଏଣ୍ଟ୍‌) ଦେଇ ୪୮୮, ଚାନ୍ଦବାଲିରୁ ୧୫୮ ଓ ଗୁପ୍ତି ଏଣ୍ଟ୍ରି ପଏଣ୍ଟ୍‌ରୁ ୧୦୧ ମୋଟ ୧୭୯୦ ପର୍ଯ୍ୟଟକ ଆସିଥିଲେ। ନଭେମ୍ବରରେ ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ୍‌ ଦେଇ ୩୩୬୫, ଖୋଳାରୁ ବୋଟ ଯୋଗେ ୧୭୨୧, ଚାନ୍ଦବାଲିରୁ ବୋଟ ଯୋଗେ ୪୧୦, ଗୁପ୍ତିରୁ ବୋଟ ଯୋଗେ ୫୪୯ ମୋଟ ୬୦୪୫ ପର୍ଯ୍ୟଟକ ଆସିଥିଲେ। ଚଳିତ ଡିସେମ୍ବର ମାସରେ ୭ ତାରିଖ ସୁଦ୍ଧା ଭିତରକନିକାକୁ ୨୬୯୦ ପର୍ଯ୍ୟଟକ ଆସିଛନ୍ତି। ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ୍‌ ଦେଇ ୭୮୩ ପର୍ଯ୍ୟଟକ ଆସିଥିବାବେଳେ ଖୋଳାରୁ ବୋଟ୍‌ ଯୋଗେ ୭୮୪, ଚାନ୍ଦବାଲିରୁ ବୋଟ ଯୋଗେ ୧୭୪, ଗୁପ୍ତିରୁ ବୋଟ ଯୋଗେ ୯୪୯ ପର୍ଯ୍ୟଟକ ଭିତରକନିକାକୁ ଆସିଛନ୍ତି। କୋଭିଡ୍‌ ପାଇଁ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବେସରକାରୀ ଓ ସରକାରୀ ବୋଟ୍‌ ଧାରଣକ୍ଷମତାର ୫୦ ପ୍ରତିଶତ ପର୍ଯ୍ୟଟକଙ୍କୁ ଜଳପଥରେ ଭିତରକନିକା ବୁଲାଉଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   15-May-2026
  ଜିଲ୍ଲା  
ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   15-May-2026
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026
  ଜିଲ୍ଲା  
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   14-May-2026
  ରାଜ୍ୟ  
ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   14-May-2026
  ଜିଲ୍ଲା  
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   14-May-2026
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026

You Might Also Like