-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
09-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: ଓଡ଼ିଶାର ଖଣିଜ ଦ୍ରବ୍ୟ, ଖଣି ନିଲାମୀ, ରୟାଲିଟି ପ୍ରସଙ୍ଗ ନେଇ ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଶିଳ୍ପକୁ ଖଣିଜ ଯୋଗାଣରେ ବ୍ୟାଘାତ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। କଞ୍ଚାମାଲ ହ୍ରାସ ଏବଂ ଦର ଅଧିକ ଯୋଗୁଁ ଶିଳ୍ପଗୁଡ଼ିକ ସମସ୍ୟାରେ ପଡୁଛନ୍ତି। ଏହାଦ୍ୱାରା ରାଜ୍ୟର ରାଜସ୍ୱ ହାନୀ ସହ ନିଯୁକ୍ତି ସୁଯୋଗ ବି କମୁଛି ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏଥିସହିତ କିଛି ଖଣିକୁ ଓଏମ୍ସି ଜରିଆରେ ସଂରକ୍ଷିତ କରି ରଖିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ। ଏହାଦ୍ୱାରା ଶିଳ୍ପ କାରଖାନାକୁ ନିରନ୍ତର କଞ୍ଚାମାଲ ଯୋଗାଇ ହେବ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହିତ ଫୋନ୍ ବାର୍ତ୍ତାଳାପରେ କୋଇଲା ସହ ଅନ୍ୟ ଖଣିଜ ରୟାଲିଟି ସଂଶୋଧନ ପାଇଁ ମଧ୍ୟ ନବୀନ ଦାବି ଜଣାଇଛନ୍ତି। ରାଜ୍ୟ ରାଜସ୍ୱ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ପାଇଁ ତୁରନ୍ତ ବିଚାର କରିବାକୁ ସେ ଦାବି କରିଛନ୍ତି।