-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
03-May-2023
ଆସନ୍ତା ୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ, ଏହା ୭ ତାରିଖରେ ଲଘୁଚାପ ଏବଂ ୮ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ଅବପାତରେ ପରିଣତ ହେବା ପରେ ଏହା କେଉଁ ଦିଗକୁ ଗତି କରିବ ଏ ନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ଯ ଏହା ଉତ୍ତରକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତି କରିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ମଧ୍ଯରେ କାଳ ବୈଶାଖୀ ପ୍ରଭାବରେ ଆଭ୍ଯନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ମଧ୍ଯମ ଧରଣର ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବା ସହ ସର୍ବାଧିକ ୬୦ ଛୁଇଁ ପାରେ। ୩ ଦିନ ପରେ ତାପମାତ୍ରାରେ ବ୍ରୁଦ୍ଧି ଘଟିପାରେ। ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ୬ ତାରିଖରୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି।
ଉମାଶଙ୍କର ଦାସ, ବୈଜ୍ଞାନିକ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର