-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ବିଶେଷ

ଦିନେ କୃଷକଙ୍କ ହକ୍‌ ପାଇଁ ଜେଲ୍ ଯାଇଥିଲେ ବାଜପେୟୀ

08-Dec-2020



(ପ୍ରେରଣା ଖବର) କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ନେଇ ଆଜି ସାରା ଦେଶ ବନ୍ଦ ରହିଛି। ଭାରତ ବନ୍ଦ ଡାକରା ଦେଇଛି କୃଷି ସଂଗଠନ। କେନ୍ଦ୍ର ସରକାରଙ୍କର ନୂଆ ୩ କୃଷି ଆଇନ୍‌କୁ ଫେରାଇ ନେବାକୁ କୃଷକ ଅଡ଼ି ବସିଥିବା ବେଳେ ସରକାର ବି ନଛୋଡ଼ବନ୍ଧା। କୃଷକଙ୍କ ଏହି ଆନ୍ଦୋଲନକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିରୋଧୀ ଦଳ ବି କୃଷକ ସଂଗଠନରେ ସାମିଲ ହୋଇଛି। ତେବେ ଦେଶରେ ଏଭଳି କୃଷକ ଆନ୍ଦୋଳନ ପ୍ରଥମ ଥର ଘଟିନାହିଁ। ପ୍ରତିଥର ଦେଶର ଜିଡିପିକୁ ବଞ୍ଚାଇ ରଖିଥିବା ଚାଷୀକୁ ହକ୍‌ ପାଇଁ ଓହ୍ଲାଇବାକୁ ପଡ଼ିଛି ରାଜରାସ୍ତାକୁ, ସେବେ ବି ଆଉ ଏବେ ବି।
୧୯୭୪ ମସିହାରେ ବି ଏମିତି ଏକ ଚାଷୀ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ କରି କୃଷକ ହକ୍ ପାଇଁ ରାସ୍ତାକୁ ଓହ୍ଲାଇଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ କିନ୍ତୁ ଭୋଗିବାକୁ ପଡ଼ିଥିଲା କାରାବାସ। ଆନ୍ଦୋଳନ କରୁଥିବା ବେଳେ ଗରିଫ ହୋଇଥିଲେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ।
୧୯୭୪ ମସିହାର କଥା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଥିଲା। ସେତେବେଳେ ୟୁପିରେ ଶାସନ ଭାର ଥିଲା କଂଗ୍ରେସର ହେମବତୀ ନନ୍ଦନ ବହୁଗୁଣାଙ୍କ ହାତରେ। ସେ ସମୟରେ ବାଜପେୟୀ ଜନସଂଘର ନେତା ଥିଲେ। ଲୋକ ସମସ୍ୟା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ବିଷୟରେ ସ୍ୱର ଉତ୍ତୋଳନ କରୁଥିଲେ।
ଚାଷୀଙ୍କୁ ସରକାରୀ ଦାମ୍‌ରେ ଗହମ ବିକ୍ରି କରିବା ନିର୍ଦ୍ଦେଶର ବିରୋଧ
୧୯୭୪ ମସିହାରେ ଗହମ ଫସଲ ଭଲ ହୋଇଥିଲା। ଆଉ ଉତ୍ତର ପ୍ରଦେଶ ସରକାର କୃଷକଙ୍କୁ ସରକାରୀ ମୂଲ୍ୟର ଗହମ ବିକ୍ରି କରିବାକୁ ବାଧ୍ୟ କରୁଥିଲେ। କୃଷକମାନେ ସରକାରୀ ଦାମ୍‌ରେ ଗହମ ବିକ୍ରି କରିବା ଅନିବାର୍ଜ୍ୟ ବୋଲି ସରକାରୀ ନିର୍ଦ୍ଦେଶ ଥିଲା। କିନ୍ତୁ ଗହମ ଫସଲ ଭଲ ହୋଇଥିବାରୁ  ବଜାର ଏହାର ଭଲ ମୂଲ୍ୟ ମିଳୁଥିଲା। କିନ୍ତୁ ସରକାର ଚାହୁଁଥିଲେ, ଚାଷୀର ଗହମ ସରକାରୀ ଦାମ୍‌ରେ ବିକ୍ରି ହେଉ।
ବର୍ଷଜାକ ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ଭାବିଥିଲା ବଜାରରେ ଭଲ ଦାମରେ ଫସଲ ବିକ୍ରି କରି ଦୁଇପଇସା ଲାଭ ପାଇବ ଓ ଆଗାମୀ ଦିନ ପାଇଁ ଅଣ୍ଟସଳଖୀ ଛିଡ଼ାହେବ। କିନ୍ତୁ ସରକାରଙ୍କର ଏମିତି ହିଟ୍‌ଲର୍ ନିର୍ଦ୍ଦେଶରେ ନିରାଶ ହୋଇଥିଲା ଚାଷୀକୂଳ। ଫଳରେ ସୃଷ୍ଟି ହୋଇଥିଲା ବିଦ୍ରୋହ। ସରକାର ବିରୋଧୀ ନାରା ଦେଇ ଆନ୍ଦୋଳନ କରିଥିଲେ ଚାଷୀ।
ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଅନ୍ନଦାତାର ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଥିଲା ଜନସଂଘ। ଯାହାର ନେତୃତ୍ୱ ନେଇଥିଲେ ଜନନୟାକ ଅଟଳ ବିହାରୀ ବାଜପାୟୀ। ବାଜପାୟୀଙ୍କ ନେତୃତ୍ୱରେ ସାରା ଦେଶରେ ଅନ୍ଦୋଳନ କରିଥିଲା ଜନସଂଘ। ପ୍ରାୟ ୭ ହଜାର ଲୋକଙ୍କୁ ଏକତ୍ର କରି ରାଜପଥକୁ ଓହ୍ଲାଇ କଂଗ୍ରେସ ସରକାର ବିରୋଧରେ ନାରା ଲଗାଇଥିଲେ ବାଜପେୟୀ। ଏହାପରେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।
ବାଜପେୟୀଙ୍କ ଧାରଣା ପ୍ରଦର୍ଶନ
ଜଣେ ବରିଷ୍ଠ ସାମ୍ବାଦିକଙ୍କ ସୂଚନା ଅନୁସାରେ, ସେତେବେଳେ ସରକାର ଖାଦ୍ୟ ଭଣ୍ଡାର ପାଇଁ ସାରା ଦେଶରୁ ଗହମ କିଣୁଥିଲେ। କିନ୍ତୁ ଏହା ସରକାରୀ ଦାମ୍‌ରେ ହିଁ କିଣାଯାଉଥିଲା। ଯାହା ବଜାର ଦାମ ଠାରୁ ବହୁତ କମ୍ ଥିଲା। ସରକାରଙ୍କ କହିବା କଥା ଥିଲା ଯେ ଯଦି ଚାଷୀ ଏକ କ୍ୱିଣ୍ଟାଲ ଗହମ ଉତ୍ପାଦନ କରୁଛି, ତେବେ ଏହାର ଅଧା ଭାଗ ବିକ୍ରି କରୁ। ସରକାରଙ୍କର ଏହି ନିର୍ଦ୍ଦେଶକୁ ନେଇ ତାତିଥିଲା ଚାଷୀକୂଳ। ଏହାରି ବିରୋଧରେ ଆନ୍ଦୋଳନ କରି ବାଜପେୟୀ କହିଥିଲେ ଯେ ସରକାର ଚାଷୀର ଫସଲ ବିକ୍ରି କରିବାକୁ ଚାଷୀଙ୍କୁ ଏମିତି ବାଧ୍ୟ କରିପାରିବେନି।
ଗିରଫ ହୋଇ ଜେଲ୍‌ ଗଲେ ବାଜପେୟୀ
କୃଷକ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନ କରୁଥିବା ବାଜପେୟୀଙ୍କୁ ଶେଷରେ ଲକ୍ଷ୍ନୌରେ ଗିରଫ କରାଯାଇଥିଲା। ଆନ୍ଦୋଳନରତ ଯୁବକଙ୍କ ଉପରେ ପୋଲିସ ମଧ୍ୟ ବଳ ପ୍ରୟୋଗ କରିଥିଲା। ଆନ୍ଦୋଳନ ଏତେ ତୀବ୍ର ଥିଲା ଯେ ବାଜ‌ପେୟୀଙ୍କୁ ସ୍ଥାନୀୟ ଜେଲ୍‌ରେ ରଖିବା ସମ୍ଭବ ନଥିଲା। ଏଥିପାଇଁ ତାଙ୍କୁ ଦେଶର ସବୁଠାରୁ ସୁରକ୍ଷିତ ଜେଲ୍‌ଗୁଡ଼ିକ ମଧ୍ୟରେ ଗୋଟିଏ ଜେଲ୍ ନୈନୀ ଜେଲ୍‌ରେ ରଖାଯାଇଥିଲା।
କାରାଗାରରେ ୫ ଦିନ ରହିବା ପରେ ବେଲ୍‌ ପାଇ ଜେଲ୍‌ରୁ ମୁକୁଳିଥିଲେ ଅଟଳ। ସରକାର ବିରୋଧରେ ସ୍ୱର ଉତ୍ତଳୋନ କରି ବାଜପେୟୀ ପ୍ରଥମଥର ପାଇଁ ଜେଲ୍‌ ଯାଇନଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମୟରେ  ଘୋଷଣା ହୋଇଥିବା ଜରୁରୀକାଳୀନ ସ୍ଥିତିରେ ବି ତାଙ୍କୁ ଗିରଫ କରାଯାଇଥିଲା।
ଏହାରି ଭିତରେ ସମୟ ଚକ ବୁଲିଲା। ସମୟ ବଦଲିଲା। ଦେଶର ଶାସନ ଭାରତ ବାଜପେୟୀଙ୍କ ହାତକୁ ଆସିଲା। ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଚାଷୀ ଓ ଚାଷ ପାଇଁ ଅନେକ ପଦକ୍ଷେପ ନେଲେ ବାଜପେୟୀ। କିଷାନ କ୍ରେଡିଟ କାର୍ଡ ସୁବିଧା ଆରମ୍ଭ କରିବା ସହ ରାଷ୍ଟ୍ରୀୟ କୃଷି ବିମା ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ଅଟଳ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like